ଅନଲାଇନରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

0 246

ଭୁବନେଶ୍ୱର,୧୭/୫(ଏସଏସନିୟୁଜ) ମହାମାରୀ କରୋନା ଦ୍ବିତୀୟ ଲହର ଯୋଗୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଖୋଲିବା ନେଇ ଅନିଶ୍ଚିତତା ସହ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଅନ୍‌ଲାଇନରେ କିଭଳି ଛାତ୍ରଛାତ୍ରୀମାନେ ଶିକ୍ଷାଦାନ କରିପାରିବେ ଯାଇପାରିବ ସେଥିନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି।କୋଭିଡ୍ ମହାମାରୀ ଗମ୍ଭୀର ରହିଥିବାରୁ ଚଳିତ ବର୍ଷ ଅନଲାଇନରେ କ୍ଲାସ୍ ହେବ । ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ରେ କ୍ଲାସ୍ କରିବାକୁ ଉଚ୍ଚ ମାଧ୍ୟମିକ ସ୍କୁଲ୍ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ସିଏଚଏସଇ । ଶିକ୍ଷାଦାନ ପାଇଁ ହ୍ବାଟ୍‌ସଆପ୍‌ରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଭିଡିଓ ରେକର୍ଡିଂ ଅପ୍‌ଲୋଡ୍ କରାଯିବ। ଛାତ୍ରଛାତ୍ରୀମାନେ କିଭଳି ସିଧାସଳଖ ଭାବେ ହ୍ବାଟ୍‌ସଆପ୍‌ରେ ଜରିଆରେ ଶିକ୍ଷା ଗ୍ରହଣ କରିପାରିବେ ସେଥିପାଇଁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପଦକ୍ଷେପ ନିଆଯାଇଛି। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଏବଂ ଏଥିପାଇଁ ଆଗ୍ରହୀ ଓ ଅନୁଭବୀ ଶିକ୍ଷକଙ୍କ ତାଲିକା ମେ ୨୧ ତାରିଖ ସୁଦ୍ଧା ଦେବାକୁ କୁହାଯାଇଛି ।

Leave A Reply

Your email address will not be published.