ଚେତାବନୀ ଦେଲେ ପରିବହନ ମନ୍ତ୍ରୀ

ଖବର ଆଜିର,ତାରିଖ ୧୬-୧୨-୨୦ ବୁଧବାର ।

0 439

୧-କୃଷକଙ୍କ ସମସ୍ତ ସନ୍ଦେହ ଦୂର କରିବୁ, ବିରୋଧୀମାନେ ଚାଷୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ ।
୨-ଏମ୍‌ଏସ୍‌ଏମ୍‌ଇକୁ ୨୯୦ କୋଟି, ସୁଧ ରିହାତି ବାବଦରେ ୧୦୮ କୋଟି ।
୩-ବିହାରବାସୀଙ୍କୁ ମାଗଣାରେ କରୋନା ଭ୍ୟାକସିନ ଦେବାକୁ ଘୋଷଣା କରିଛନ୍ତି ନୀତିଶ ସରକାର ।
୪-ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଡାଟାବେସ୍ ପ୍ରସ୍ତୁତ: କୋ-ୱିନ୍ ଆପ୍‌ରେ କରିବାକୁ ହେବ ପଞ୍ଜିକରଣ, ୧୭ ବର୍ଷରୁ କମ୍ ପିଲାଙ୍କୁ ଦିଆଯିବନି ଟୀକା ।
୫-ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଏସ ମୁରଲୀଧର ।
୬-ଡିସେମ୍ବର ୨୭ରୁ ଖୋଲିବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ପ୍ରଥମେ ସେବାୟତ, ପରେ ରାଜଧାନୀବାସୀଙ୍କୁ ମିଳିବ ଦର୍ଶନ ସୁଯୋଗ, ଜାନୁଆରୀ ୬ରୁ ସର୍ବସାଧାରଣ ଦର୍ଶନ ।
୭-ଏକ୍ସଟ୍ରା ହେଲମେଟ୍ ନଥିନଲେ ବାଇକ୍ ଚାଳକ କାହାକୁ ଲିଫ୍ଟ ଦିଅନ୍ତୁ ନାହିଁ । ଧରାପଡ଼ିଲେ DL ବାତିଲ୍ ହେବ । ଏହି ଚେତାବନୀ ଶୁଣାଇଛନ୍ତି ନିଜେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
୮-୫ ଦିନ ପରେ ପୋଖରୀରୁ ମିଳିିଲା ୩ ବର୍ଷର ଶିଶୁକନ୍ୟା ସ୍ୱାତୀର ମୃତଦେହ । କେମିତି ହେଲା ମୃତ୍ୟୁ, ତଦନ୍ତ ପାଇଁ ଫୋରେନସିକ ବିଭାଗକୁ ପଠାଇଲା ପୋଲିସ ।
୯-ଜୁକରବର୍ଗ କହିଲେ ‘ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ତଥା ସ୍ୱତନ୍ତ୍ର ଦେଶ’, ବ୍ୟାପକ ହେବ Whats App Pay ।
୧୦-କୋର୍ଟ ପରେ ମହିଳା କମିଶନରେ ପହଞ୍ଚିଲେ ବର୍ଷା । ନିର୍ଯାତନା ବିରୋଧରେ ନ୍ୟାୟ ପାଇଁ କଲେ ଦାବି । ବୈବାହିକ ଜୀବନରେ ବିବାଦକୁ ନେଇ ଫେରାଦ ସୂଚନା ।
୧୧-କୃଷକ ଆନ୍ଦୋଳନ ହେତୁ ଦୈନିକ କ୍ଷତି ୩,୫୦୦ କୋଟି ଟଙ୍କା : ଆସୋଚାମ୍ ।
୧୨-ରୋଜଗାର ଅଭାବରୁ ଯେଭଳି ଗୋଟିଏ ବି ପରିବାର କଷ୍ଟ ନ ପାଏ, ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।
୧୩-କୋଭିଡ୍ କଟକଣା ଜାରି: ଏଥର ଭୁବନେଶ୍ବରରେ ପାଳନ ହେବନି ‘ଜିରୋ ଲାଇଟ ସେଲିବ୍ରେସନ’ ।
୧୪-ଆସନ୍ତା ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ହେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ।
୧୫-ପାକିସ୍ତାନରେ ନୂଆ ନିୟମ , ବଲାତ୍କାରୀ ମାନଙ୍କୁ କରାଯିବ ନପୁଂସକ : ବଳାତ୍କାର ବିରୋଧୀ କାନୁନକୁ ନେଇ ଅର୍ଡିନାନ୍ସ ୨୦୨୦ ରେ ହସ୍ତାକ୍ଷର ।
୧୬-ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟ ଉପରେ ଲାଗିଲା ମୋହର,ଆନୁଷ୍ଠାନିକ ଘୋଷଣା କଲା ଇଲେକ୍ଟୋରାଲ କଲେଜ ।
୧୭-ସ୍କୁଲ ଫି’ ଛାଡ଼ ମାମଲା: ଅସମାପ୍ତ ରହିଲା ଶୁଣାଣି, ଜାନୁଆରୀ ୭ରେ ପରବର୍ତ୍ତୀ ଶୁଣାଣି .।

 

Leave A Reply

Your email address will not be published.