ଛୋଟ ବନ୍ୟା ଆଶଙ୍କା: ସର୍ବୋଚ୍ଚଯନ୍ତ୍ରୀ

ଭୁବନେଶ୍ୱର,୬।୭(ଏସଏସନିଉଜ)ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା ଦେଖାଦେଇଛି ବୋଲି ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ।ସେ କହିଛନ୍ତିଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ।ଆଖୁଆପଦାରେ ଅପରାହ୍ନ ୪ଟା ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିପାରେ।ମହାନଦୀର ଉପର ମୁଣ୍ଡରେ ନୁହେଁ, ଓଡ଼ିଶାରେ ବେଶୀ ବର୍ଷା ହୋଇଛି।ଖଇରମାଳରୁ ବରଗଡ଼ ଭିତରେ ବେଶୀ ବର୍ଷା ହୋଇଛି।ଏବେ ସୁଦ୍ଧା ବଡ଼ ଧରଣର ବନ୍ୟା ହେବାର ସମ୍ଭାବନା ନାହିଁ।ଅଧିକାଂଶ ରିଜର୍ଭର ଖାଲି ରହିଛି, ସମସ୍ୟା ନାହିଁ।ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି ସୂଚନା ଦେଇଛନ୍ତି।

- Advertisement -

Leave A Reply

Your email address will not be published.