ଚିକେନ୍ ଦୋକାନିକୁ ଆକ୍ରମଣ

ଭାଇଭଉଣୀ କୋର୍ଟଚାଳଣ

0 98

ବାରଙ୍ଗ,୧୩ା୩(ଏସଏସନିଉଜ)ନନ୍ଦନକାନନଥାନା ଅଧିନସ୍ଥ ମୈତ୍ରୀଭୁବନ ଅପାର୍ଟମେଣ୍ଟ ସାମ୍ନାରେ ଥିବା ଚିକେନ ଦୋକାନଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଭାଇଭଉଣୀଙ୍କୁ ଗିରଫକରି ବୁଧବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ଶ୍ରୀଖରଚଣ୍ଡୀ ନଗରରେ ରହୁଥିବା ନୟାଗଡର ସୈାଫିଲଖାନ ଓ ଭଉଣୀ ସବନାମ ବେଗମ ।
ମଙ୍ଗଳବାରରାତିରେ ଜଲ୍ଲାଲ୍ ଖାନ ନାମକ ବ୍ୟକ୍ତି ତାଙ୍କର ଚିକେନ ଦୋକାନରେ ଥିଲେ ।ମଙ୍ଗଳବାର ସନ୍ଧ୍ୟା ସମୟରେ ଜଲ୍ଲାଲ୍ ଙ୍କ ସର୍ମ୍ପକିୟ ସୈାଫିଲଖାନ ଓ ଭଉଣୀ ସବନାମ ବେଗମ ଦୋକାନ ପାଖରେ ଆସି ପହଁଚିଥିଲେ ।ଉଭୟଙ୍କ ମଧ୍ୟରେ ଏହି ଦୋକାନ ଓ ଟଙ୍କାପଇସାକୁନେଇ ପୁର୍ବ ବିବାଦ ରହିଥିଲା ।ଏହାକୁନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ସୈାଫିଲଖାନ ଓ ଭଉଣୀ ସବନାମ ଦୋକାନରେ ଥିବା ଚିକେନ କାଟିବାକୁ ବ୍ୟବହାର କଟୁରୀରେ ଜଲ୍ଲାଲ୍ ଖାନଙ୍କୁ ଆକ୍ରମଣ କରିଥିଲେ ।ସ୍ଥାନୀୟଲୋକମାନେ ପହଁଚି ରକ୍ତାତ ଅବସ୍ଥାରେ ଥିବା ଜଲ୍ଲାଲ୍ କୁ ଚିକିସ୍‌ାପାଇଁ ପଠାଇଥିଲେ । ଜଲ୍ଲାଲଙ୍କ ଅଭିଯୋଗକୁ ଭିତିକରି ପୋଲିସ ୬୬/୨୪ କେଶନଂରେ ଏକ ମକଦ୍ଦମାରୁଜୁକରି ବୁଧବାରଦିନ ଭାଇଭଉଣୀଙ୍କୁ ଗିରଫକରି ସେମାନଙ୍କଠାରୁ ଆକ୍ରମଣରେ ବ୍ୟବହାର କରିଥିବା କଟୁରୀକୁ ଜବତକରିବାସହ କୋର୍ଟଚାଳଣ କରିଛି ।

Leave A Reply

Your email address will not be published.