ଛିନତାଇ ଘଟଣାରେ ଧରାହେଲେ ୩

ଜବତହେଲା ଦୁଇବାଇକ ସହ ୪୬ମୋବାଇଲ

0 182

ଜଟଣୀ, ୭/୬(ଏସଏସନିଉଜ)ଜଟଣୀ ଥାନା ପୋଲିସ ଏକ ଛିନତାଇ ମାମଲାରେ ୩ଜଣଙ୍କୁ ଗିରଫକରି କୋର୍ଟଚାଳଣ କରିଛନ୍ତି । ସେମାନେ ହେଲେ ମିଲୁ ଓରଫ ଲିପୁନଦାସ,ଗୁଡୁ ଓରଫ ଅଭିଷେକ ମହାପାତ୍ର ଓ ପ୍ରତାପଭୋଇ ।ସେମାନଙ୍କଠାରୁ ପୋଲିସ ବାଜାଜ ପଲସର,ଆପାଜି,ଲାପଟପ,୪୬ଟି ମୋବାଇଲଫୋନ ଜବତ କରିଛି ।
ସୂଚନା ଯୋଗ୍ୟ ଯେ, ଗତ୩ ତାରିଖ ସନ୍ଧ୍ୟାରେ ଅଭିଯୋଗକାରୀ ଜଣକ ନିଜ ପତ୍ନୀଙ୍କ ସହ ହରିଭାଇନା ଛକରୁ ଜଟଣୀ ସ୍ଥିତ ନିଜ ଘରକୁ ଫେରୁଥିବା ସମୟରେ ଷଣ୍ଢପୁର ନିକଟରେ ନିମ୍ନୋକ୍ତ ୩ଜଣ ଅଭିଯୁକ୍ତ ଏକ ଆପାଚେ ମୋଟରସାଇକେଲରେ ଆସି ତାଙ୍କ ପତ୍ନୀଙ୍କ ହାତରୁ ଏକ ମୋବାଇଲ ଫୋନକୁ ବଳପୂର୍ବକ ଛଡାଇ ନେଇ ପଳାଇଯାଇଥିଲେ । ଏହି ଘଟଣାର ଲିଖିତ ଅଭିଯୋଗ ପରେ ଜଟଣି ଥାନା ପୁଲିସ ୧୯୯/୨୨ କେଶନଂ ରେ ଏକ ମକଦ୍ଦମା ରୁଜୁକରି ତଦନ୍ତ କରିବା ସହିତ ଚଢଉ କରି ମିଲୁ,ଗୁଡୁ ଓ ପ୍ରତାପ କୁ ଗିରଫ କରିଥିଲେ । ପୁଲିସ ତାଙ୍କ ନିକଟରୁ ୨ଗୋଟି ଚୋରା ମୋଟରସାଇକେଲ, ଗୋଟିଏ ଲାପଟପ ଏବଂ ୪୬ଟି ଦମୀ ମୋବାଇଲ ଫୋନ ଜବତ କରିଛନ୍ତି । ପଚାର। ଉଚରା ସମୟରେ ସେମାନେ ନିଜ ଦୋଷ ସ୍ଵୀକାର କରିବା ସହ ଏହା ମଧ୍ୟ ସ୍ଵୀକାର କରିଥିଲେ ଯେ ସେମାନେ ପୂର୍ବରୁ କଟକ ଟାଙ୍ଗୀ ଠାରୁ ଆରମ୍ଭ କରି ଖୋର୍ଦ୍ଧା ମଧ୍ୟରେ ଥିବା ଜାତୀୟରାଜପଥ ଉପରେ ବିଭିନ୍ନ ପ୍ରକାର ଛିନତାଇ ମାମଲାରେ ସମ୍ପୃକ୍ତ ଅଛନ୍ତି । ଜବତ ହୋଇଥିବା ୨ଟି ମୋଟରସାଇକେଲକୁ ସେମାନେ ସମ୍ବଲପୁର ଅଞ୍ଚଳରୁ ଚୋରୀ କରିଥିବା କଥା ମଧ୍ୟ ସ୍ଵୀକାର କରିଥିଲେ । ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ କଟକ ସଦର ଥାନାରେ ୨ଟି ମାମଲା ଥିବା ବେଳେ ନୟାପଲ୍ଲୀ ଥାନାରେ ଗୋଟିଏ ଏବଂ ସମ୍ବଲପୁର ଥାନାରେ ୨ଟି ଅପରାଧିକ ମାମଲା ରହିଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 

 

Leave A Reply

Your email address will not be published.