ଚୌଦ୍ୱାର ବିଜୁ ଯୁବବାହିନୀ ସାନିଟାଇଜ କଲେ,ମାସ୍କ ବାଣ୍ଟିଲେ

0 186

 

ଚୌଦ୍ୱାର,୩୦/୫(ଏସ ଏସ ନିୟୁଜ)ଓଡିଶା ମୋ ପରିବାର ତରଫରୁ ଚୌଦ୍ୱାର  ବିଜୁ ଯୁବବାହିନୀ  ଦ୍ଵାରା ସାନିଟାଇଜିଙ୍ଗ କରିବା ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଙ୍କ ପରାମର୍ଶ କ୍ରମେ ଆଜି ଚୌଦ୍ୱାର ପୌରପାଳିକା ର ୭ ନମ୍ବର ୱାର୍ଡ ଓଟିଏମ୍ କଲୋନୀ ରେ କିଛି ଘର ଘର ବୁଲି ସାନିଟାଇଜ଼ର କରିବା ସହ ମାସ୍କ ବଣ୍ଟନ କରାଯାଇଛ।ଏଥି ସହିତ ମାସ୍କ ପିନ୍ଧନ୍ତୁ ସୁରକ୍ଷିତ ରୁହନ୍ତୁ , ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ ଏହି ସଚେତନ ବାର୍ତା ଘରେ ଘରେ କୁହା ଯାଇଥିଲା। ବିଜୁ ଯୁବବାହିନୀ ର କର୍ମକର୍ତ୍ତାଙ୍କ ଦ୍ଵାରା ସଚେତନ ବାର୍ତା ଦେବା ସହ କୋରୋନା ଗାଇଡ଼ ଲାଇନ ରେ ଘରେ ରହିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଚୌଦ୍ୱାର ବିଜେଡି ଯୁବ ସଭାପତି ଅର୍ଜୁନ ପଣ୍ଡା , ବିଜେଡି ର ଛାତ୍ର ନେତା ଭରତ ଚନ୍ଦ୍ର ସାହୁ ,ଉକ୍ତ ୱାର୍ଡ ର ପୂର୍ବତନ କାଉନସିଲର ଦିଲ୍ଳୀପ କୁମାର ସାହୁ ,ରାଜେଶ ସ୍ୱାଇଁ , ବିଭୁତି ଭୂଷଣ ବଡୁ, ବିଶ୍ୱରଞ୍ଜନ ବେଉରିଆ, ଜଗନ୍ନାଥ ନାୟକ,ରାଜ ରତନ ପରିଡା, ଅଶୋକ ଦାସ,ଗୋପବନ୍ଧୁ ପ୍ରଧାନ, ଶ୍ରୀଧର ରାଉତ, ସୌମ୍ୟଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଯୁବପିଢ଼ି ମାନଙ୍କର ଏହି ଭଳି ମହାନ କାର୍ଯ୍ୟକ୍ରମ କୁ ଦେଖି ଅଞ୍ଚଳବାସୀ ବେସ ସାଧୁବାଦ ଜଣାଇଥିଲେ ।

Leave A Reply

Your email address will not be published.