ଚୋରା କାଠ ଜବତ କଲା ବନ ବିଭାଗ

0 150

ରାଉରକେଲା,୪/୩(ଏସଏସନିଉଜ)ଓଡ଼ିଶା–ଝାରଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରୁ ଝାରଖଣ୍ଡ ଓ ରାଞ୍ଚି ଚାଲାଣ ହେଉଥିବାବେଳେ ରାଉରକେଲା ବନ ବିଭାଗର ଏକ ଟିମ୍ ବିପୁଳ ପରିମାଣର ଚୋରା କାଠ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି ।ବିଶେଷସୁତ୍ରରୁ ଖବର ପାଇ ଆଜି ଭୋରସମୟରେ ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ୬୭ଜଣ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଚଢ଼ାଉ କରିଥିଲେ ।ଚଢଉ କରି ପ୍ରାୟ ୧୦ ଲକ୍ଷରୁ ଅଧିକ ମୁଲ୍ୟର ଶାଳ, ଶାଗୁଆନ, କୁରୁମ ଓ ଅନ୍ୟ ଜଙ୍ଗଲୀ କାଠ ଜବତ କରିଥିଲେ । ଗିରଫ ହୋଇଥିବା ପାଞ୍ଚ ଜଣଙ୍କଠାରୁ କାଠ କାଟିବାରେ ବ୍ୟବହୃତ ୟନ୍ତ୍ରପାତି ଜବତ ହୋଇଛି ।

Leave A Reply

Your email address will not be published.