ଚୋରି ଘଟଣାରେ ୨ ଅଭିଯୁକ୍ତ କୋର୍ଟଚାଲାଣ

0 259

ବାରଙ୍ଗ, ୧୬/୮(ଏସଏସନିୟୁଜ) ଚୋରି ଘଟଣାରେ ବାରଙ୍ଗ ଥାନା ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୁଚନାନୁସାରେ ଗତ ରବିବାର ବିଳମ୍ବିତ ରାତିରେ ଆନନ୍ଦ ବଜାର ଠାରେ ଥିବା ଓମଫେଡ ପାର୍ଲରରୁ ଓଜନ ମେସିନ ଓ ତ୍ରିବେଣୀସ୍ୱର ତ୍ରିନାଥ ମନ୍ଦିରରୁ ଏକ ହାରମୋନିୟମ,ବାସନ ସାମଗ୍ରୀ ଓ କିଛି ଟଙ୍କା ଚୋରି ଓ ନିବାସ ତି ଷ୍ଟଲରୁ ଖାଦ୍ୟସାମଗ୍ରୀ ଚୋରୀହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା।ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା।ଅଭିଯୁକ୍ତ ମାନେ ଚୋରି ସାମଗ୍ରୀ ବିକ୍ରି ପାଇଁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବାରଙ୍ଗ ଥାନା ପୋଲିସ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଦ୍ବୟ ହେଉଛନ୍ତି ବାରଙ୍ଗ ସୀତାରାମ ବଜାର ଓ ବଙ୍ଗାଳୀସାହି ଅଞ୍ଚଳର।ପୋଲିସ ସେମାନଙ୍କ ଠାରୁ ସମସ୍ତ ଚୋରି ସାମଗ୍ରୀକୁ ଜବତ କରିଛି।

Leave A Reply

Your email address will not be published.