ଚୌଦ୍ୱାର ରେ ପାଳିତ ହେଲା ଆନ୍ତର୍ଜାତୀୟ ଖାଦ୍ୟ ଦିବସ

0 178

ଚୌଦ୍ୱାର,୧୬/୧୦(ଏସ ଏସ ନିୟୁଜ)ଆଜି ଟାଙ୍ଗୀ ଚୌଦ୍ୱାର ବ୍ଲକ ନୋଡାଲ ଏନ.ଜି.ଓ ଉଦ୍ଧାର ଫାଉଣ୍ଡେସନ ସଂଗଠନ ପରିଵାର ସଦସ୍ୟ ସଦସ୍ୟା ମାନେ ଆନ୍ତର୍ଜାତୀୟ ଖାଦ୍ୟ ଦିବସ ଚୌଦ୍ୱାର ପୌରାଞ୍ଚଳ ର ନୁଆସାହି ର ପଲ୍ଲୀ ସାହି ପାଳନ କରିଛନ୍ତି l ସଂଗଠନ ର ସଦସ୍ୟ ମାନେ ନିଜର ପକେଟ ଖର୍ଚ୍ଚ କୁ ସଞ୍ଚି ଆଜି ଆନ୍ତର୍ଜାତୀୟ ଖାଦ୍ୟ ଦିବସ ରେ କିଛି ଅସହାୟ ଓ ଗରିବ ଶ୍ରେଣୀ ର ବ୍ୟକ୍ତି ଙ୍କୁ କିଛି ଅର୍ଣ୍ଣଦାନ କରିବା କୁ ପୂର୍ବ ପ୍ରସ୍ତୁତି କରିଥିଲେ l ଏହି ଅର୍ଣ୍ଣଦାନ କାର୍ଯ୍ୟକ୍ରମ ଚୌଦ୍ୱାର କଲେଜ ନୁଆସାହି ସ୍ଥିତ ପଲ୍ଲୀ ଆଶ୍ରମ ରେ ଅନୁଷ୍ଠିତ ହୋଇଥିଲା l ଏହି ଆଶ୍ରମ ରେ ଥିବା ସମସ୍ତ ଅନ୍ତେବାସୀ ଓ କୁନି କୁନି ପିଲାମାନେ ମଧ୍ୟ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ଏହି କାର୍ଯ୍ୟକ୍ରମ ସରକାର ଙ୍କ କୋଭିଡି ନିୟମ କୁ ମାନି ମାକ୍ସ, ଗୋଲାପ୍ସ ଓ ସାମାଜିକ ଦୂରତା ବଯାଏ ରାଖୀ ହୋଇଥିଲା l ଏହି ଭଳି ଅର୍ଣ୍ଣଦାନ କାର୍ଯ୍ୟକ୍ରମ କୁ ଚୌଦ୍ୱାର ର ବରିଷ୍ଠ ନାଗରିକ ଓ ଶିକ୍ଷାବିତ ମାନେ ପ୍ରଶଂସା କରିଥିଲେ l

Leave A Reply

Your email address will not be published.