ଭୁବନେଶ୍ବର,୪/୧(ଏସଏସନିୟୁଜ) କରୋନା ଆକ୍ରାନ୍ତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କରୋନାର ସାମାନ୍ୟ ଲକ୍ଷଣ ଦେଖାଉଥିବା ସହ ଘରେ ନିଜକୁ ସଙ୍ଗରୋଧ କରିଥିବା ଟୁଇଟ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ଯୋଗାଯୋଗ କରିଥିଲେ ବା ସଂଶ୍ପର୍ଷରେ ଆସିଥିଲେ, ଦୟାକରି ନିଜକୁ ସଙ୍ଗରୋଧ କରନ୍ତୁ ଏବଂ ନିଜର ପରୀକ୍ଷା କରାଇନିଅନ୍ତୁ ବୋଲି କହିଛନ୍ତି । ତେବେ ଗତକାଲି ଗୋଟିଏ ଦିନରେ ଦିଲ୍ଲୀରୁ ୪ ହଜାରରୁ ଅଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ।