କରୋନା ଚିକିତ୍ସା ପାଇଁ ବାହାରିଲା ପ୍ରଥମ ଔଷଧ

0 571

ଭୁବନେଶ୍ବର:୨୧/୬(ଏସଏସଏନ୍) ବଜାରକୁ ଆସିଲା କୋରୋନା ଚିକିତ୍ସା ପାଇଁ ପ୍ରଥମ ଔଷଧ ! ଭାରତୀୟ କମ୍ପାନି ଗ୍ଲେନ୍‌ମାର୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ବେଳେ ସାମାନ୍ୟରୁ ମଧ୍ୟମ କୋରୋନା ଲକ୍ଷଣ ଥିବା ରୋଗୀ ଖାଇପାରିବେ ଏହି ଔଷଧ । ତେବେ ପ୍ରସ୍ତୁତି ହୋଇଥିବା କରୋନା ର ପ୍ରଥମ ଔଷଧ ର ନା ହେଉଛି ‘ଫାବି ଫ୍ଲୁ’  ।

ପ୍ରତି ବଟିକାର ଦାମ ୧୦୩ ଟଙ୍କା ରଖାଯାଇଥିବା ଗ୍ଲେନ୍‌ମାର୍କର ସୂଚନାଦେଇଛନ୍ତି । ଫାବି ଫ୍ଲୁ ବଟିକା Favipiravir-200 କମ୍ପୋଜିସନରେ ଉପଲବ୍ଧ ହୋଇଥିବା ଜଣାପଡିଛି । ତେବେ ଏହାର ମୂଲ୍ୟ ୩୪ ଟିକିଆ ଷ୍ଟ୍ରିପ୍‌ର ସର୍ବାଧିକ ଖୁଚୁରା ମୂଲ୍ୟ ୩ ହଜାର ୫ ଶହ ଟଙ୍କା ।
ପ୍ରଥମ ଦିନ ୯ଟି ଲେଖାଏଁ ବଟିକା ୨ ଥର ଖାଇବାକୁ ହେବ
ତାପର ୧୪ ଦିନ ଯାଏ ୪ଟି ଲେଖାଏଁ ବଟିକା ୨ ଥର ଖାଇବାକୁ ହେବ। ତେବେ ପ୍ରଥମ ମାସରେ ୮୨.୫ ହଜାର ରୋଗୀଙ୍କୁ ବଟିକା ଯୋଗାଇବା ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.