କରୋନା ପାଇଁ ଅମରନାଥ ଯାତ୍ରା ବାତିଲ

0 205

ଖବର ଆଜିର,ତାରିଖ ୨୨/୦୭/୨୦,ବୁଧବାର
୧-ମହାମାରୀ ବେଳେ ବଢିଲା କରୋନା ଯୋଦ୍ଧାଙ୍କ ଅବସର ବୟସ । ଡାକ୍ତରଙ୍କ ଅବସର ବୟସ ୬୨ରୁ ୬୫ ବର୍ଷକୁ ବୃଦ୍ଧି କଲେ ସରକାର । ସ୍ଥିତି ସମୀକ୍ଷା ପରେ କଟକ-ଖୋର୍ଦ୍ଧା ଜିଲ୍ଲା ପାଇଁ ୩୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
୨-କରୋନା ମହାମାରୀରେ ସାଧାରଣ ଲୋକଙ୍କ ଜୀବିକା ବିପନ୍ନ ହୋଇଥିବାବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫ମାସ ମାଗଣାରେ ଡାଲି ଓ ଚାଉଳ ଯୋଗାଇ ଦିଆଯିବ।
୩-କରୋନା ପାଇଁ ଅମରନାଥ ଯାତ୍ରା ବାତିଲ, ଟିଭିରେ ଦର୍ଶନ କରିବେ ଶ୍ରଦ୍ଧାଳୁ।
୪-ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନର ମଙ୍ଗଳବାର ଦିନ ମନ୍ଦିର ଟ୍ରଷ୍ଟ ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ପ୍ରାୟ ୩୪ କିଲୋଗ୍ରାମ ଓଜନ ବିଶିଷ୍ଟ ସୁନାର ଇଟା ଦାନ କରିଛନ୍ତି।
୫-ଦେଶର ୧୩ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୧୨ରୁ ଉର୍ଦ୍ଧ୍ଵ ବିଶ୍ଵ ବିଦ୍ୟାଳୟର ୩୧ ଛାତ୍ର ଅନ୍ତିମ ବର୍ଷର ପରୀକ୍ଷାକୁ ବାଧ୍ୟତାମୂଳକ କରିବା ୟୁଜିରି ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି।
୬-ନୟାଗଡ଼ ଜିଲାର ଗର୍ବ ଓ ଗୌରବ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି।
୭-ୟୁଏଇରେ ହେବ ୨୦୨୦ ଆଇପିଏଲ: ଗଭର୍ଣ୍ଣିଂ ବଡିକୁ ଜଣାଇଲେ ଚେୟାରମ୍ୟାନ୍ ବୃଜେଶ ପଟେଲ, ଆସନ୍ତା ସପ୍ତାହରେ ଚୁଡାନ୍ତ ପ୍ରୋଗ୍ରାମ୍ ।
୮-ଗଞ୍ଜାମରେ ୪୦୦ ସୁସ୍ଥ ରୋଗୀ ପ୍ଲାଜମା ଦେବାକୁ ପ୍ରସ୍ତୁତ
୯-ଏନ-୯୫ ମାସ୍କ ବ୍ୟବାହାର ନ କରିବାକୁ କେନ୍ଦ୍ର ସରକାର କଲେ ସତର୍କ : ସବୁ ରାଜ୍ୟକୁ ଚିଠି, କହିଲେ; ଏଭଳି ମାସ୍କ ରୋକିପାରିବନି ଭୂତାଣୁ ବିସ୍ତାର ଓ ପିନ୍ଧିବାକୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଅଟେ କ୍ଷତିକାରକ।
୧୦-ରାଜ୍ୟରେ ପୁଣି ୬୪୭ ନୂଆ କରୋନା ପଜିଟିଭ୍ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭କୁ ବୃଦ୍ଧି,୪୦୦ ସୁସ୍ଥ: ମୋଟ ସୁସ୍ଥ ହେଲେ ୧୩୩୧୦ ଜଣ
୧୧-୧୦ ଦିନ ପାଇଁ ସମ୍ବଲପୁର ଜିଲ୍ଲାକୁ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଆଜିଠାରୁ ଏହା ୨ଟି ପର୍ଯ୍ୟୟରେ ଲାଗୁ ହେବ।
୧୨-ରାଜ୍ୟରେ କରୋନା ମୃତ୍ୟୁ ଶହେ ଟପିଲା, ୨୧ଦିନରେ ୧୧ ହଜାରରୁ ଅଧିକ ଆକ୍ରାନ୍ତ।
୧୩-ଭୁବନେଶ୍ୱରରେ ଆହୁରି ପ୍ରତିଷ୍ଠା ହେବ କୋଭିଡ୍ ହସ୍ପିଟାଲ । ୩୦ଟି ଆଇସିୟୁ ସହ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯିବ।

Leave A Reply

Your email address will not be published.