କରୋନା ସମୟରେ ବ୍ୟାଙ୍କ୍ ରେ ଶୋଇଛି କୁକୁର

0 339

ବାରଙ୍ଗ,୭/୮(ଏସଏସନିୟୁଜ) ଦିନକୁଦିନ କରୋନ ଆକ୍ରାନ୍ତ ଙ୍କ ସଂଖ୍ୟା  ବଢିବାରେ ଲାଗିଛି ।ଯେ ପର୍ଯ୍ୟନ୍ତ ଟୀକା ବାହାରିନାହି ସେ ପର୍ଯ୍ୟନ୍ତ ସଚେତନତା  ସାଙ୍ଗକୁ  ସାମାଜିକ ଦୂରତା ଅବଲମ୍ବନ ସହ ମାସ୍କ ପିନ୍ଧାଇବାକୁ ସରକାର ବହୁବାର କହୁଛନ୍ତି । ଏହାସହ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କ ପାଇ କେତେକ ଗାଈଡ ଲାଇନ କରିବା ସହ କଡାକଡି  ଭାବେ ପାଳନ କରିବାକୁ ନିର୍ଦେଶ ଦେଇଛନ୍ତି । ହେଲେ ସରକାରଙ୍କ ଏହି ଗାଇଡ୍ ଲାଇନ୍ କୁ  ଫୁ କରି ଉଡେଇଦେଇଛି  ବାରଙ୍ଗ ବ୍ଲକ୍ ତ୍ରିଶୁଳିଆ ନରଣପୁର ଷ୍ଟେଟ୍ ବ୍ୟାଙ୍କ୍ ଶାଖା । ଶାଖାର  ପ୍ରବେଶ ପଥର ନଗ୍ନଚିତ୍ର କୁ ଦେଖିଲେ ଭିତର ଦୃଶ୍ୟ କୁ ଅନୁମାନ  କରିହେବ । ବ୍ୟାଙ୍କ୍ ର ପ୍ରବେଶ ଦ୍ଵାରର ଭିତର ପାର୍ଶ୍ଵରେ ଏକ କୁକୁର ଶୋଇଥିବାର ଦେଖାଯାଇଛି।ଅନ୍ୟପଟେ ବ୍ୟାଙ୍କ୍ ର ପ୍ରବେଶ ଦ୍ଵାରରେ କୌଣସି ସାନିଟାଇଜର୍ର ବ୍ୟବସ୍ଥା ନାହିଁ । ବ୍ୟାଙ୍କ୍ ଭିତରେ କେଉଭଳି ଭାବେ ଲୋକ  ଗ୍ରାହକମାନଙ୍କ ମଧ୍ୟରେ  ସାମାଜିକ ଦୁରତ୍ଵ ରହୁଥିବା ତାହା ପ୍ରବେଶ ପଥ ର ଦୃଶ୍ୟ ସୂଚନା ଦେଉଛି ।ବାରଙ୍ଗରେ କରୋନା  ଆକ୍ରାନ୍ତ ଙ୍କ ସଂଖ୍ୟା ବଢୁଥିବା ବେଳେ ଏହିଭଳି ଦାୟିତ୍ଵହିନତା ସମସ୍ତଙ୍କ ପାଇ କାଳ ସାଜିବାକୁ ଯାଉଛି । (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ) ।

Leave A Reply

Your email address will not be published.