ସପ୍ତାହ ସଟଡାଉନରେ ଏଥର ନୂଆଁଖାଇ

0 358

ସଂକ୍ଷେପରେ, ଆଜି ଦିନସାରାର ଖବର ତାରିଖ : ୦୭/୦୮/୨୦୨୦ (ଶୁକ୍ରବାର)
୨୨୦ ଟି ଥାନାରେ ନିଯୁକ୍ତି ହେବେ ୯୦୫ ଜଣ ପୋଲିସ ଅଧିକାରୀ, ଏହି ପଦବୀକୁ ମୁଖ୍ୟମନ୍ତ୍ରୀ ଦେଲେ ମଂଜୁରୀ ।
ଆଜି ଠାରୁ ଦେଶରେ ଗଢିଲା କିଷାନ ଟ୍ରେନ ।
ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ, ଏ ନେଇ ଆଜି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା।
କୋଭିଡ ହସପିଟାଲ ଓ କେୟାର ସେଣ୍ଟରରେ ଆରମ୍ଭ ହେଲା ଅଗ୍ନିସେବା ଯାଞ୍ଚ ପକ୍ରିୟା ।
ରାଜ୍ୟରେ ରେକର୍ଡ଼ – ପୁଣି କରୋନା ନେଲା ୧୨ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୨୪୭ କୁ ବୃଦ୍ଧି ।
ରାଜ୍ୟରେ ରେକର୍ଡ଼ – ଆଜି ୨୯ ଜିଲ୍ଲାରୁ ୧୮୩୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୪୨୫୫୦ କୁ ବୃଦ୍ଧି ।
ଦେଶରେ ରେକର୍ଡ଼ – ୬୨, ୫୩୮ ନୂଆ କରୋନା ଆକ୍ରାନ୍ତ, ୮୮୬ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୧, ୫୮୫ କୁ ବୃଦ୍ଧି ।
ଆର୍ଟିଫିସିଆଲ ଇଂଟେଲିଜେନ୍ସ ମାଧ୍ୟମରେ ଏବେ ଏକ ଘଂଟା ମଧ୍ୟରେ ଚିହ୍ନଟ ହେବ କରୋନା ସଂକ୍ରମଣ , ବୈଜ୍ଞାନିକଙ୍କ ଦାବି ।
ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ; କାଲିଠୁ ଛେଚିବ ।
ଆଜି ଉନ୍ନୟନ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ।ଜଲ୍ଲାରେ ଖାଲି ପଡ଼ିଥିବା ଡାକ୍ତରଖାନାରେ ତୁରନ୍ତ ଡାକ୍ତର ଦିଅ:ସାଂସଦ ମହେଶ ସାହୁ ।
ସପ୍ତାହନ୍ତ ସଟଡାଉନରେ ଏଥର ନୂଆଁଖାଇ – ସମ୍ବଲପୁରରେ ସଟଡାଉନ ଘୁଞ୍ଚାଇବାକୁ ଦାବି ।
ମୁମ୍ବାଇ : ରିୟା ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କଲା CBI  ।
ତିଆରି ହେବ ସୁଶାନ୍ତଙ୍କ ଫିଲ୍ମ ‘ପାଣି’, ନିର୍ଦ୍ଦେଶକ ଦେଲେ ଇସାରା ।
ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ଶପଥ ନେଲେ ବରିଷ୍ଠ ନେତା ମନୋଜ ସିହ୍ନା ।
ସମ୍ପୂର୍ଣ୍ଣ ସୁସ୍ଥ ନୁହଁନ୍ତି କରୋନାମୁକ୍ତ ବ୍ୟକ୍ତି । କରୋନାରୁ ସୁସ୍ଥ ୯୦% ବ୍ୟକ୍ତିଙ୍କ ଫୁସଫୁସ୍ ଖରାପ୍ । ଚାଲିବାରେ କଷ୍ଟ ଅନୁଭବ କରୁଛନ୍ତି ସୁସ୍ଥ ବ୍ୟକ୍ତି । ଭାଇରସର କେନ୍ଦ୍ରସ୍ଥଳ ବୁହାନରୁ ଆସିଲା ସାଂଘାତିକ ଖବର ।
ଅନଲାଇନ୍ ଓପନ ବୁକ୍ (ଖୋଲା ବହି) ପରୀକ୍ଷା କରିବାକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଅନୁମତି ଦେଲେ ହାଇକୋର୍ଟ ।
ତାଜା ଅପଡେଟ୍ – କେରଳ ଭୂସ୍ଖଳନ – ୫ ମୃତ, ୮୦ ଫଶିଥିବାର ଆଶଙ୍କା – ଉଦ୍ଧାରକାର୍ଯ୍ୟ ଆରମ୍ଭ । ଅନେକ ଚା ବଗିଚା କର୍ମଚାରୀ ଫଶିଥିବାର ଭୟ ।
ଭୁଟାନ ପରେ ଏବେ ତାଜକିସ୍ତାନର ସୁନାଖଣି ଅଞ୍ଚଳ ଉପରେ ସାମ୍ରାଜ୍ୟ ବିସ୍ତାରବାଦୀ ଚୀନ୍‌ର ଦୃଷ୍ଟି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଜାତୀୟ ଶିକ୍ଷା ନୀତି(ଏନଇପି) ବିଷୟରେ ଦେଶବାସୀଙ୍କୁ କରିଲେ ସମ୍ବୋଧିତ ।
ମସ୍କୋ : ୧୦ ଅଗଷ୍ଟ ସୁଦ୍ଧା କରୋନା ଟିକା, ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ପରୀକ୍ଷା ଶେଷ ।
ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)-୨୦୨୦ ପ୍ରତିଯୋଗିତାରେ ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି)କୁ ମିଳିଲା ପ୍ରଥମ ପୁରସ୍କାର ।

Leave A Reply

Your email address will not be published.