ଦୁବାଇରୁ ଆସି ଦୁଇଖଣ୍ଡ ହୋଇଗଲା ଏୟାର ଇଣ୍ଡିଆ ବିମାନ  

0 313

କେରଳ, ୭/୮(ସତ୍ୟସନ୍ଧାନ ଡେସ୍କ )ଦୁବାଇରୁ କେରଳର କୋଝିକୋଡକୁ ଆସୁଥିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ (IX-1344)। ସଂଧ୍ୟା ୭ଟା ୪୦ରେ ରନଓ୍ୱରେ ବିମାନଟି ଅବତରଣ କରିବା ପରେ ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ରହିଛି।କେରଳରେ ପ୍ରବଳ ବର୍ଷା ଜାରି ରହିଛି। ବିମାନଟି ଅବତରଣ କରିବା ବେଳେ ରନଓ୍ନେରେ ଚକ ସ୍ଲିପ୍ କରିବାରୁ ଦୁର୍ଘଟଣା ହୋଇଥିବା ଆକଳନ କରାଯାଉଛି। ଏବେ ଉଦ୍ଧାରକାରୀ ଟିମ୍ ଆସି ଉଦ୍ଧାର କରୁଥିବା ସୂଚନା ରହିଛି। ତେବେ ଯାତ୍ରୀଙ୍କ ବାବଦରେ ଏଯାବତ କୌଣସି ସୂଚନା ମିଳିପାରି ନଥିବା ବେଳେ  ବିମାନରେ ଥିବା ୧୮୦ରୁ ଉର୍ଦ୍ଧ  ଯାତ୍ରୀ ଙ୍କ  ମଧ୍ୟରୁ ୧୫ ଜଣ ମୃତ୍ୟୁ ବରଣ କରିଥିିବା ବେଳେ ୧୨୩ ଜଣ ଆହତ ହୋଇ ଥିବାର ଜଣା ପଡିଛି।

Leave A Reply

Your email address will not be published.