କରୋନାରେ ଆକ୍ରାନ୍ତ ହେଲେ ୫୩ ଜଣ ଛାତ୍ରଛତ୍ରୀ

ସୁନ୍ଦରଗଡ଼,୬/୧(ଏସଏସନିୟୁଜ) ଜିଂକନଗର ଜବାହାର ନବୋଦୟ ବିଦ୍ୟାଳୟରେ ମଙ୍ଗଳବାର ୩୬ ସଂକ୍ରମିତ ହୋଇଥିବା ବେଳେ ଵୁଧବାର ପୁଣି ୫୩ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି।ଯାହାଫଳରେ ସଂକ୍ରାମିତଙ୍କ ସଂଖ୍ୟା ବୃଦ୍ଧିପାଇ ୮୯ରେ ପହଞ୍ଚିଛି।ଏହାପରେ ବିଦ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ପାଠପଢ଼ା ବନ୍ଦ ରଖାଯାଇ ସଂକ୍ରମିତ ପିଲାଙ୍କୁ ସଂଗରୋଧରେ ରଖାଯାଇଛି।ଏହାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ୪ ତାରିଖ ସକାଳେ ସାମାନ୍ୟ ଲକ୍ଷଣ ଥିବା ୧୫ ଜଣ ପିଲା ସର୍ଗିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ କୋଭିଡ ପରୀକ୍ଷା ପାଇଁ ଯାଇଥିଲେ। ଆଣ୍ଟିଜେନ ପରୀକ୍ଷାରେ ୯ ଜଣଙ୍କ ପଜିଟିଭ୍ ଜଣାପଡିଥିଲା ।ଏହାପରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ନବୋଦୟ ବିଦ୍ୟାଳୟ ପହଞ୍ଚି ସପ୍ତମ, ଅଷ୍ଟମ ଛାତ୍ରଛାତ୍ରୀଙ୍କ କୋଭିଡ୍ ପରୀକ୍ଷା କରିବାପରେ ୩୬ ଚିହ୍ନଟ ହୋଇଥିଲେ।

- Advertisement -

Leave A Reply

Your email address will not be published.