ଭୁବନେଶ୍ୱର.୮/୪(ଏସଏସନିୟୁଜ) କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ବରିଷ୍ଠ ସାମ୍ବାଦିକ ବ୍ରହ୍ମ କଞିବୋଟଲା । ସୋମବାର ନ୍ୟୁୟାର୍କରେ ଚିକିସ୍।ଧିନ ଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି ।ଆମେରିକାରେ ରହି ଭାରତ ପାଇଁ ସାମ୍ବାଦିକତା କରୁଥିଲେ । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଏନେଇ ଟୁଇଟ୍କରି ଶୋକ ପ୍ରକାସ କରିଛନ୍ତି । ଭାରତ ଏବଂ ଆମେରିକା କୁ ନିକଟତର କରେଇବାରେ କଞିବୋଟଲାଙ୍କ ଅବଦାନ ରହିଛି । ଏଥିପାଇଁ ସେ ମନେ ରହିବେ ।ଏଥିପାଇଁ ପରିବାରଲୋକଙ୍କୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି । ବ୍ରହ୍ମ କଞିବୋଟଲା ୟୁନାଇଟେଡ୍ ନିୟୁଜ୍ ଫର ଇଣ୍ଡିଆ ଖବର ସରବରାହ ସଂସ୍ଥା ପାଇଁ ପୁର୍ବରୁ ସାମ୍ବାଦିକତା କରୁଥିଲେ ।