ସିଲ୍‌ ହେଲା ସତ୍ୟନଗର

0 300

ଭୁବନେଶ୍ୱର,୮/୪(ଏସଏସନିୟୁଜ)ସୁର୍ଯ୍ୟନଗର,,ବମିଖାଲ,ସୁନ୍ଦରପଦା,ଯଦୁପୁର,ପରେ ଏବେ ସତ୍ୟନଗର ଅଂଚଳ ସିଲ ହୋଇଛିା ସେହିପରିଭାବେ ୟୁନିଟ-୪ ଓ ମଧୁସୁଧନନଗରକୁ ଆଂଶିକ ସିଲ କରିଛି ବିଏମସି । ମଧୁସୁଦନନଗର ଓ ସତ୍ୟନଗରରୁ ଦୁଇଜଣ କରୋନାଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏହିଭଳି ପଦକ୍ଷପ ନିଆଯାଇଛି ।ଗୁରୁତ୍ୱପୁର୍ଣ କଥାହେଲା ସତ୍ୟନଗରରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍ସ ହଷ୍ଟ୍ରି ନାହିଁ ।ଅର୍ଥାତ ସେ ବାହାର ଦେଶକୁ ଯାଇନାହାନ୍ତିକି ଦେଶର କୈାଣସି ଅଂଚଳକୁ ଯାଇନଥିବାର ଜଣାପଡିଛି ।ଫଳରେ ଏହା ପ୍ରଶାସନ ପାଇଁ ଚିନ୍ତା ବଢାଇଛି ।ଅଧିକ ଜାଣିବାପାଇଁ ଏହି ଅଂଚଳକୁ ସିଲ କରାଯାଇଥିବାର ଜଣାପଡିଛି ।ସତ୍ୟନଗରକୁ କଂଟେନମେଂଟ୍ ଅଂଚଳ ଘୋଷଣା କରିଛି ବିଏମସି ।ଜଣେ କରୋନା ସଂକ୍ରାମିତ ଏହି ଅଂଚଳରେ ଚିିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷପ ଗ୍ରହଣ କରାଯାଇଛି । ସେଥିପାଇଁ ସତ୍ୟନଗର ଛକରୁ କାଳିମନ୍ଦିର ଛକ,କାଳିମନ୍ଦିରଛକରୁ ପତଞଳି ଷ୍ଟୋର.ପତଞଳି ଷ୍ଟୋରରୁ ବ୍ୟାଙ୍କଅଫଇଣ୍ଡିଆ ଅଫିସରର୍ସ କ୍ୱାଟର,ବ୍ୟାଙ୍କଅଫଇଣ୍ଡିଆ ଅଫିସରସ କ୍ୱାଟରରୁ ସତ୍ୟନଗର ଛକରେ ଥିାବ ବିଗବଜାର ପର୍ଯ୍ୟନ୍ତ ଅଂଚଳ ସିଲ କରାଯାଇଛି । ଏହି ନିସିଦ୍ଧାଅଂଚଳ ମଧ୍ୟରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିବ । ଏହା ଭିତରକୁ କାହାରିକୁ ଛଡାଯିବନାହିଁ କିମ୍ବା ଏହା ଭିତରକୁ କେହି ବାହରକୁ ବାହାରିପାରିବେନାହିଁ ବୋଲି କୁହାଯାଇଛି ।

 

Leave A Reply

Your email address will not be published.