ସମସ୍ତେ ଡରିଲେ ,ତହସିଲଦାର ବାଇକରେ ବସାଇ ନେଲେ

0 265

ଡେଲାଙ୍ଗ ,୭/୪(ଏସଏସନିୟୁଜ)ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର କୁମାର ଅଚାରିଆ ଆଜି ନିଜର ମାନବିକତା ଦେଖାଇ ଡେଲାଙ୍ଗ ବ୍ଲକରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛନ୍ତି । ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଂଚାୟତର ଡାକପଡା ଗ୍ରାମକୁ ବହୁତ ଦିନପରେ ଜଣେ ବ୍ୟକ୍ତି ଗ୍ରାମକୁ ଫେରିଥିଲେ, ସେ ଭୂବନେଶ୍ୱର ରେ ରହୁଥିଲେ.ଏବଂ ତାଙ୍କର୪/୫ ଦିନ ହେବ ଜ୍ୱର ହେଉଥିବାର ଗ୍ରାମବାସୀମାନେ ଜାଣିବାକୁ ପାଇଥିଲେ । ଆଜି ସକାଳୁ ୧୦୪,୧୦୮ ଆମ୍ବୁଲାନ୍ସକୁ ଗ୍ରାମ ବାସୀମାନେ ଯୋଗାଯୋଗ କରିବା ପରେ କୌଣସି ସୁଫଳ ନମିଳିନଥିଲା । ପରେ ଗ୍ରାମବାସୀମାନେ ବିଡିଓ ,ମେଡିକାଲ ଓ ତହସିଲଦାର ଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଖବର ପାଇବା ପରେ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ପଂହଚି ଅସ୍ଥାୟୀ ଚିକିତ୍ସା କେନ୍ଦ୍ରକୁ ନେବାପାଇଁ କହି ଫେରିଯାଇଥିଲେ । ପରେ ଗ୍ରାମର ଯୁବକ ମାନେ ବିଡିଓଙ୍କୁ ଫୋନ କରିବା ପରେ ବିଡିଓ ଫୋନ ଉଠାଇନଥିଲେ କି ଘଟଣା ସ୍ଥଳକୁ ଆସି ନଥିଲେ । ପରେ ଗ୍ରାମ ବାସୀମାନେ ତହସିଲଦାର ରାଜେନ୍ଦ୍ର କୁମାର ଅଚାରିଆଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇବା ପରେ ତହସିଲଦାର ଘଟଣା ସ୍ଥଳରେ ପଂହଚିଥିଲେ ।ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତି ଜଣକୁ ଅସ୍ଥାୟୀ କ୍ୟାମ୍ପକୁ ନେବାପାଇଁ କହିଥିଲେ ।କିନ୍ତୁ କେହି ତାଙ୍କୁ ଅସ୍ଥାୟୀ କ୍ୟାମ୍ପକୁ ନେବାକୁ ରାଜି ହୋଇନଥିଲେ । ପରିଶେଷରେ ତହସିଲଦାର ଶ୍ରୀ ଅଚାରିଆ ମାନବିକତା ଦେଖାଇ ନିଜର ଜିବନକୁ ବାଜି ଲଗାଇ ଏକ ମଟର ସଇକେଲରେ ନିଜେ ଡ୍ରାଇଭିଙ୍ଗ କରି ବ୍ୟକ୍ତି ଜଣକୁ କବି ପ୍ରସନ୍ନ ପାଟ୍ଟସାଣୀ ବିଦ୍ୟାଳୟ ପରିସରରେ ଥିବା ଅସ୍ଥାୟୀ କ୍ୟାମ୍ପ କୁ ନେଇ ସେଠାରେ ଛଡିବା ପରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି । ଅସ୍ଥାୟୀ କ୍ୟାମ୍ପରେ ଥିବା ସ୍ୱଚ୍ଛା ସେବୀ ଯୁବକ ମାନେ ତାଙ୍କୁ ଜଗିରହିଥିବା ବେଳେ ପଂଚାୟତ ତରଫରୁ ତାଙ୍କୁ ରନ୍ଧାଖାଦ୍ୟ ଯୋଗାଇଦିଆ ଯାଇଥିବା ସରପଂଚ ପ୍ରତିନିଧି ନରେନ୍ଦ୍ର ପରିଡା କହିଛନ୍ତି । ଅପର ପକ୍ଷେ ତାଙ୍କର ଜ୍ୱର ହୋଇଛି ଡରିବାର କିଛିନାହିଁ ସେଥିପାଇଁ ତାଙ୍କୁ ମେଡିସିନ ଦିଆଯାଇଛି ବୋଲି ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ସନ୍ତୋଷ କୁମାର ତ୍ରୀପାଠି କହିଛନ୍ତି ।

Leave A Reply

Your email address will not be published.