କୋଭିଡ କଟକଣାରେ ହେବ ବୁଢୀ ଠାକୁରାଣୀଙ୍କ ଯାତ୍ରା

0 190

ଭୁବନେଶ୍ୱର,୯/୪(ଏସଏସନିୟୁଜ)ରାଜ୍ୟରେ କରୋନାର ପ୍ରକାପେ ବଢୁଥିବାବେଳେ ରାଜ୍ୟସରକାର ପର୍ଯ୍ୟଟନସ୍ଥଳୀ ଉପରେ କଟକଣା ଲଗାଇବା ଆରମ୍ଭ କରିଛନ୍ତି । ଗଞାମ ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଗୋପାଳପୁର ଓ ସୋନପୁର ବେଳାଭୂମିକୁ । ଏହାକୁ ପର୍ଯ୍ୟଟକମାନଙ୍କପାଇଁ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।ଏହାସହ କୋଭିଡ କଟକଣା ଭିତରେ କଡାକଡି ଭାବେ ପାଳନ ହେବ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଆସିକାରେ ବାରୁଣୀ ସ୍ନାନ ଯାତ୍ରାକୁ ବନ୍ଦ କରାଯାଇ ରୁଷିକୁଲ୍ୟା ନଦୀ ପାଶ୍ୱର୍ର ପାଂଚଟି ଗାଁରେ ଲାଗିଛି ୧୪୪ ଧାରା ଲାଗୁକରିଛି ଜିଲ୍ଲା ପ୍ରଶାସନ । ତାରାତାରେଣୀ ପୀଠକୁ ବୁଧବାରଦିନ ବନ୍ଦ ରଖାଯାଇ ସାନିଟାଇଜ୍ କରିବାକୁ ନିଷ୍ପତି ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.