କୋଭିଡ ପାଇଁ ବଦଳିଲା ବ୍ୟାଙ୍କିଂ ସମୟ

0 247

ଭୁବନେଶ୍ୱର, ୨୭/୪ ( ଏସଏସନିୟୁଜ) କୋଭିଡ ପାଇଁ ବଦଳିଲା ବ୍ୟାଙ୍କିଂ ସମୟ ।ବ୍ୟାଙ୍କିଂ ସମୟରେ ପରିବର୍ତ୍ତନ କରାଯାଇ ଗ୍ରାହକ ସେବା ସକାଳ ୧୦ରୁ ଅପରାହ୍ନ ୪ ପରିବର୍ତ୍ତେ ଦିନ ୨ଟା ଯାଏଁ ଉପଲବ୍ଧ ହୋଇପାରିବ । ପୂର୍ବଭଳି ବ୍ୟାଙ୍କଗୁଡିକ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ । ଏହି ନୂଆ ନିୟମ ର ନୂଆ ସମୟ ଆସନ୍ତା ମେ ୧୫ ତାରିଖ ଯାଏଁ ଲାଗୁ ରହିବ ବୋଲି ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ଅର୍ଥ ବିଭାଗର ନିର୍ଦ୍ଦେଶ ଦିଆଯାଇଛି । ସପ୍ତାହାନ୍ତ ସଟଡାଉନ୍ ସକାଶେ ଶନିବାର ଦିନ ବ୍ୟାଙ୍କ ବନ୍ଦ ରହିବା ସହ ଏଟିଏମରେ ପର୍ୟ୍ୟାନ୍ତ ମାତ୍ରାରେ ଟଙ୍କା ମହଜୁଦ ଓ ରୋଟେସନ ଭିତ୍ତିରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ରେ ଅଫିସ କାର୍ଯ୍ୟ କରିବାକୁ କୁହା୍‌ାଇଥିବାର ଜଣାପଡିଛି ।

Leave A Reply

Your email address will not be published.