୭ମଯାଁଳା ପ୍ରିମିୟମଲିଗ୍ କ୍ରିକେଟଟୁର୍ଣ୍ଣାମେଣ୍ଟ

0 162

ମେଣ୍ଢାଶାଳ,୪।୬(ଏସଏସନିଉଜ)ରାଜଧାନୀ ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥର ଯାଁଳା ଦଶହରା ପଡିଆରେ ଇଲେଭେନ୍ ଷ୍ଟାର୍ କ୍ରିକେଟ୍ କ୍ଲବ୍ ଦ୍ବାରା ଆୟଜିତ ରାତ୍ରିକାଳିନ ୭ମ ଜେପିଏଲ କ୍ରିକେଟ୍ ମ୍ୟାଚରେ ପ୍ରତେକ୍ୟ ପରସ୍ପରକୁ ତିନିଥର ଲେଖାଁ ଭେଟିଥିଲେ । ଗତ ଶନିବାର ଦ୍ବିତୀୟ ରାଉଣ୍ଡର ଅବଶିଷ୍ଟ ଖେଳର ଦୁଇଟି ମ୍ୟାଚରେ ଟିମ୍ ଲଡୁ ୮ ଓଭର ରେ ୫୦ ରନ୍ ଜବାବରେ ମା ହରଚଣ୍ଡି ଓ୍ବାରିଅର୍ସ ୩.୪ ଓଭରରେ ୫୫ ରନ୍ କରି ବିଜୟୀ ହୋଇଥିଲା । ସେହିପରି ବ୍ଲୁ ରକ୍ ଷ୍ଟାର ୮ ଓଭରରେ ୧୦୯ ରନ୍ କରିଥିବା ବେଳେ ରୟାଲ୍ କିଙ୍ଗ ଇଲେଭେନ୍ ୫.୨ ଓଭରରେ ୧୧୨ ରନରେ ବିଜୟୀ ହୋଇଥିଲା। ତୃତୀୟ ରାଉଣ୍ଡର ପ୍ରଥମମ୍ୟାଚରେ ମାଖଣ୍ଡୁଆଳ ଓ୍ବାରିଅର୍ସ ୮ଓଭରରେ ୯୧ରନ୍ କରିଥିବାବେଳେ ମାହରଚଣ୍ଡି ଓ୍ବାରିଅର୍ସ ୮ଓଭରରେ ୭୨ରନ୍ କରି ପରାଜୟବରଣ କରିଥିଲା ଦ୍ବିତୀୟ ମ୍ୟାଚରେ ବ୍ଲୁ ରକ୍ ଷ୍ଟାର ୮ ଓଭରରେ ୭୭ରନ ଜବାବ ରେ ଟିମ୍ ମୁଣ୍ଡମୁହାଁଣ ୬ ଓଭରରେ ୮୨ ରନ୍ କରି ବିଜୟୀ ହୋଇଥିଲା ତୃତୀୟ ମ୍ୟାଚରେ ରୟାଲ୍ କିଙ୍ଗ ଇଲେଭେନ୍ ୮ ଓଭରରେ ୧୦୨ ରନ୍ କରିଥିବା ବେଳେ ମା ଖଣ୍ଡୁଆଳ ଓ୍ବାରିଅର୍ସ ୭.୩ ଓଭରରେ ୧୦୩ ରନ୍ କରି ବିଜୟୀ ହୋଇଥିଲା । ଏମାନଙ୍କ ମଧ୍ୟରେ ପଏଣ୍ଟ ଭିର୍ତିରେ ସେମି ଫାଇନାଲ୍ କୁ ଚାରିଗୋଟି ଟିମ୍ ଉର୍ତୀଣ୍ଣ ହୋଇଛନ୍ତି ସେମାନଙ୍କ ମଧ୍ୟରେ ୧-ଟିମ୍ ମୁଣ୍ଡମୁହାଁଣ,୨-ମା ଖଣ୍ଡୁଆଳ ଓ୍ବାରିଅର୍ସ,୩-ଟିମ୍ ଲଡୁ ଓ ୪-ରୟାଲ ଟିମ୍ ଇଲେଭେନ୍ ।ଅନିଲମହାପାତ୍ର ଓ ସାନୁଜବିଶ୍ବାଳ ଖେଳ ପରିଚାଳନା କରିଥିଲେ ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.