ଯାଁଳା ୭ମ ପ୍ରିମିୟର ଲିଗ୍ କ୍ରିକେଟ

0 121

ମେଣ୍ଢାଶାଳ,୩।୬(ଏସଏସନିଉଜ)ରାଜଧାନୀ ଉପକଣ୍ଠ ୧୬ନମ୍ବର ଜାତୀୟ ରାଜପଥର ଯାଁଳା ଦଶହରା ପଡିଆରେ ଗତ ଶୁକ୍ରବାରଠାରୁ ରାତ୍ରିକାଳିନ ୭ମ ଜେପିଏଲ କ୍ରିକେଟ୍ ମ୍ୟାଚର ପ୍ରଥମ ଉଦଘାଟନି ଖେଳ ବହୁ ଆଡମ୍ବର ସହିତ ଅନୁଷ୍ଟିତ ହୋଇଯାଇଛି । ଏହା ଆଇପିଏଲ ଢାଞ୍ଚାର ୮ଓଭର ବିଶିଷ୍ଟଏକ ଖେଳରେ ଆଖପାଖ ପଞ୍ଚାୟତର ଖେଳାରୀମାନଙ୍କୁ ନେଇ ୬ଗୋଟି ଟିମ୍ ଗଠନ କରାଯାଇଛି । ଏଥିରେ ଅଂଶଗ୍ରହଣ କରିଥିବାଟିମ୍ ଗୁଡିକର ନାମ ହେଲା ବ୍ଲୁ ରକ୍ ଷ୍ଟାର,ହରଚଣ୍ଡି ଓ୍ବାରିଅର୍ସ,ଟିମ୍ ମୁଣ୍ଡମୁହାଁଣ,ମା ଖଣ୍ଡୁଆଳୀ,ଟିମ୍ ଲଡୁ,ରୟାଲ କିଙ୍ଗସ୍ ଅଟନ୍ତି ।ପ୍ରଥମଦିବସର ପ୍ରଥମଖେଳରେ ମା ଖଣ୍ଡୁଆଳୀ ଓ୍ବାରିଅର୍ସ ଟିମ୍ ୮ଓଭର ବ୍ୟଟିଙ୍ଗ୍ କରି ୭୮ ରନ୍ ସଂଗ୍ରହ କରିଥିବା ବେଳେ ବିପକ୍ଷରେ ଟିମ୍ ମୁଣ୍ଡମୁହାଁଣ ୬.୧ ଓଭରରେ ୮୨ରନ୍ କରି ଜିତିଥିବା ବେଳେ ଦ୍ବିତୀୟ ଖେଳରେ ରୟାଲ୍ କିଙ୍ଗସ୍ ୮ଓଭରରେ ୧୦୯ରନ୍ କରିଥିବା ବେଳେ ଟିମ୍ ଲଡୁ ସୁପର ଓଭରରେ ଜିତିଥିଲା ଓ ଖେଳର ତୃତୀୟରେ ହରଚଣ୍ଡି ଓ୍ବାରିଅର୍ସ ୮ଓଭରରେ ୭୮ରନ୍ ର ବିପକ୍ଷରେ ବ୍ଲୁ ରକ୍ ଷ୍ଟାର ୮ଓଭରରେ ୮୨ରନ୍ କରି ଜିତିଥିଲା। ଦ୍ବିତୀୟ ପର‌୍ୟାୟରେ ଟିମ୍ ମୁଣ୍ଡମୁହାଁଣ ୮ଓଭରରେ ୯୯ରନ୍ ଜବାବରେ ଟିମ୍ ଲଡୁ ୬.୫ ଓଭରରେ ୧୦୦ କରି ଜିତିଥିଲା । ଏହି ଖେଳ ଇଲେଭେନ୍ ଷ୍ଟାର କ୍ରିକେଟ୍ କ୍ଲବ୍ ଆୟୋଜନ କରୁଥିଲା ବେଳେ ଗତ ଖେଳ ପରିଚାଳନା କରିଥିଲେ ଅନିଲ୍ ମହାପାତ୍ର ଓ ସାନୁଜ ବିଶ୍ବାଳ । (ପଦ୍ମଚରଣବଡଜେନାଙ୍କରିପୋର୍ଟ)

Leave A Reply

Your email address will not be published.