ଚୂଡ଼ାନ୍ତ ହେଲା ରଥଯାତ୍ରା ପାଇଁ ନୀତି ନିର୍ଘଂଟ

0 176

ପୁରୀ,୨୦/୬(ଏସଏସନିୟୁଜ) ସ୍ନାନ ପୂର୍ଣ୍ଣିମା ଠାରୁ ନୀଳଦ୍ରୀ ବିଜେ ପର‌୍ୟ୍ୟନ୍ତ ଛତିଶା ନିଯୋଗର ଭର୍ଚୁଆଲ ବୈଠକରେ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୨୪ରେ ଦେବସ୍ନାନ ପୂର୍ଣ୍ଣିମା ଓ ଜୁଲାଇ ୧୨ରେ ଘୋଷଯାତ୍ରା ।ଏଣୁ କୋଭିଡ କଟକଣା ପାଇଁ ବିନା ଭକ୍ତରେ ମାଉସୀ ଘରକୁ ଯିବେ ଜଗନ୍ନାଥ । ଦେବସ୍ନାନ ପୂର୍ଣ୍ଣିମା ପାଇଁ ରାତି ଗୋଟାଏରୁ ପହଣ୍ଡି ଆରମ୍ଭ ହେବ । ଦିନ ୧୧ଟାରେ ହେବ ଗଜାନନ ବେଶ ଓ ସନ୍ଧ୍ୟା ୫ଟାରେ ବାହୁଡା ପହଣ୍ଡି ହେବ । ସ୍ନାନପୂର୍ଣ୍ଣିମାରେ କେବଳ ସେବକଙ୍କ ପରିବାର ପାଇଁ ମହାପ୍ରସାଦ ପ୍ରସ୍ତୁତ ହେବ ।ସେହିଭଳିଭାବେ ସକାଳ ୮ଟାରେ ରଥପ୍ରତିଷ୍ଠା କରାଯାଇ ୮.୩୦ରେ ପହଣ୍ଡି ଆରମ୍ଭ ହେବ । ଅପରାହ୍ନ ୨ଟାରେ ଗଜପତି ଛେରାପହଁରା କରିବେ ଓ ୩ଟାରେ ରଥଟଣା ପାଇଁ ନୀତିନିର୍ଘଟ ଚୂଡାନ୍ତ ହୋଇଛି । ୨୦ତାରିଖ ବାହୁଡାଯାତ୍ରା ଦିନ ୧୨ଟାରୁ ୨ଟା ୩୦ ଯାଏଁ ହେବ ପହଣ୍ଡି । ୪ଟାରେ ହେବ ରଥଟଣା । ୨୧ ତାରିଖ ସୁନାବେଶ ଅପରାହ୍ନ ୪ଟାରୁ ୫ଟା ୩୦ ଭିତରେ ବେଶ ଶେଷ ହେବ । ରାତି ୧୧ଟାରୁ ରାତି ୧୨ଟା ମଧ୍ୟରେ ବେଶ ଓଲାଗି କରାଯିବ । ୨୩ତାରିଖ ନୀଳାଦ୍ରି ବିଜେ ଦିନ ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହେବ ।

Leave A Reply

Your email address will not be published.