କଟକରେ ସମସ୍ତ ବାଲିଘାଟ ବନ୍ଦ ପାଇ ନିର୍ଦ୍ଦେଶ

କଟକ,୬।୭(ଏସଏସନିଉଜ) କଟକରେ ସମସ୍ତ ବାଲିଘାଟ ବନ୍ଦ କରିବାକୁ କଟକ ସର୍କଲର ଖଣି ଉପନିର୍ଦ୍ଦେଶକଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।ବିଜ୍ଞପ୍ତି ଅନୁଯାୟୀବର୍ଷାଦିନରେ ସମସ୍ତ ବାଲିଘାଟ ବନ୍ଦ କରିବା ସହ ତୁରନ୍ତ ବାଲି କାମରେ ଲାଗିଥିବା ଲୋକ ଓ ଯନ୍ତ୍ରପାତିକୁ ନଦୀ କୂଳରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହାକୁ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ମଧ୍ୟ କୁହାଯାଇଛି।ଏହି ନିର୍ଦ୍ଦେଶର ଉଲ୍ଲଘଂନ ବାଲି ଉଠାଣକାରୀ ସଂସ୍ଥା କରିଲେ ସେମାନଙ୍କ ଲିଜ୍‌କୁ ରଦ୍ଦ କରାଯିବା ସହ ସେମାନଙ୍କ ବିରୋଧରେ ଏତଲା ରୁଜୁ କରାଯିବ ବୋଲି କୁହାଯାଇଛି।

- Advertisement -

Leave A Reply

Your email address will not be published.