କଟକରେ ହେବନି ସାର୍ବଜନୀନ ଗଣେଶ ପୂଜା, ଦୁର୍ଗାପୂଜା ନେଇ ସନ୍ଦେହ

0 216

ଖବର ଆଜିର,ତାରିଖ ୨୦/୦୭/୨୦,ସୋମବାର
୧-ଓଡିଶାର ୧୦ ସ୍ୱାଧୀନତା ସଂଗ୍ରାମୀ ହେବେ ସମ୍ମାନିତ । ଅଗଷ୍ଟ ୯ରେ ସମ୍ମାନିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କରୋନା କଟକଣା ପାଇଁ ସଂଗ୍ରାମୀ ଯିବେନି ରାଷ୍ଟ୍ରପତି ଭବନ।
୨-ସୀମାରେ ପୁଣି ଥରେ ଭାରତୀୟଙ୍କ ଉପରେ ଗୁଳିମାଡ କଲା ନେପାଳ ପୋଲିସ୍, ଜଣଙ୍କ ଅବସ୍ଥା ଗୁତୁତର ।
୩-ଓଡିଶାରେ ସଫଳ ହେଲା ପ୍ଲାଜମା ଥେରାପି । ସୁସ୍ଥ ହେଉଛନ୍ତି ୬ରୁ ୪ଜଣ ଗୁରୁତର ଆକ୍ରାନ୍ତ ରୋଗୀ, ଏପରିକି ଏବେ ଦରକାର ପଡୁନାହିଁ ଅମ୍ଲଜାନ, ୬ଜଣଙ୍କ ମଧ୍ୟରୁ ୪ ସୁସ୍ଥ, ୨ଜଣ ସ୍ଥିର ।
୪-ବୈଜୟନ୍ତୀ ମୁଭିଜ୍ ଭାରତୀୟ ସିନେମାରେ ତା’ର ୫୦ ବର୍ଷ ପୂର୍ତ୍ତି ଅବସରରେ ଉଭୟ ପ୍ରଭାସ ଓ ଦୀପିକା ନିଜର ଆଗାମୀ ଫିଲ୍ମରେ ଏକାଠି କାମ କରିବେ।
୫-ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସାଜନପୁର ଗ୍ରାମର ବାସୁଦେବ ମହାପାତ୍ର ନାମକ ଜଣେ ଚାଷୀଙ୍କ ଜମିରୁ ଏକ ହଳଦିଆ ରଙ୍ଗର ବିରଳ କଇଁଛ ଉଦ୍ଧାର କରାଯାଇଛି।
୬-କଟକରେ ହେବନି ସାର୍ବଜନୀନ ଗଣେଶ ପୂଜା, ଦୁର୍ଗାପୂଜା ନେଇ ସନ୍ଦେହ।
୭-ମୟୁରଭଞ୍ଜରୁ ସାଢ଼େ ୩ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ ।
୮-ଆଜି ଠାରୁ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମସ)ରେ ଦେଶର ପ୍ରଥମ କରୋନା ଟିକା ‘କୋଭାକ୍ସିନ’ର ମାନବ ପରୀକ୍ଷଣ ଆରମ୍ଭ ହେବ।
୯-ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲା ସହିତ ରାଉରକେଲା ସହରରେ ସୋମବାରଠୁ ୨ଟା ଯାଏ ବ୍ୟାଙ୍କ ଖୋଲା ରହିବ।
୧୦-ରବିବାର ମୋଟ ୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭,୪୩୭ ହୋଇଛି। ରାଜ୍ୟରେ ସୁସ୍ଥ ହେଲେ ପୁଣି ୫୧୫ କରୋନା ଆକ୍ରାନ୍ତ ।ବର୍ତ୍ତମାନ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୨୪୫୨ରେ ପହଞ୍ଚିଛି।
୧୧-ମୋଦିଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ଏବେ ୬୦ ମିଲିୟନ ଅର୍ଥାତ୍ ୬ କୋଟି ଲୋକ ଫଲୋ କରୁଛନ୍ତି।
୧୨-ଟାର୍ଗେଟ୍‌ରେ ଚୀନ: ୯୦ ଲଢୁଆ ବିମାନ, ୩୦୦୦ ନୌସୈନିକ ସହିତ ଆଣ୍ଡାମାନ ନିକୋବର ପହଞ୍ଚିଲା ଆମେରିକା ଯୁଦ୍ଧ ଜାହାଜ
୧୩-ଜଣେ ୮୦ ବର୍ଷୀୟ ବୃଦ୍ଧା, ଯିଏ ମାସିକ ୧୪୦୦୦ ଟଙ୍କା ରୋଜଗାର କରନ୍ତି ବୋଲି ଦାବି କରନ୍ତି, ତାଙ୍କର ସ୍ଵିସ୍ ବ୍ୟାଙ୍କରେ ୧୯୬ କୋଟି ଟଙ୍କାର କଳାଧନ ଥିବା ଜଣା ପଡିଛି।

Leave A Reply

Your email address will not be published.