ପୁଣି ୬୭୩ ପଜିଟିଭ ଚିହ୍ନଟ ଓ ୬ ମୃତ

0 206

ଭୁବନେଶ୍ୱର,୨୦।୭(ଏସ୍‌ଏସ୍‌ନିୟୁଜ) ପୁଣି ଆଜି ୨୨ଟି ଜିଲ୍ଲାରୁ ୬୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୪୬ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୨୭ ଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୩୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ଓ ଖୋର୍ଦ୍ଧାରେ ୫୮ ଜଣ ଲେଖାଏଁ, କନ୍ଧମାଳରେ ୪୪, କୋରାପୁଟରେ ୪୧, ଜଗତସିଂପୁରରେ ୩୬, କଟକରେ ୩୨, କେନ୍ଦୁଝରରେ ୨୪, ଯାଜପୁରରେ ୨୮, ବାଲେଶ୍ୱରରେ ୧୩, ବରଗଡରେ ୨୨, ବନୁଗୁଳରେ ୪, ଢେଙ୍ଗାନାଳରେ ୧୦, ଗଜପତିରେ ୧୫, ଝାରସୁଗୁଡାରେ ୧୪, କେନ୍ଦ୍ରାପଡାରେ ୪, ମାଲକାନଗିରିରେ ୪, ମୟୂରଭଞ୍ଜରେ ୧, ନୟାଗଡରେ ୪, ପୁରୀରେ ୪, ସମ୍ବଳପୁରରେ ୩, ସୋନପୁରରେ ୪ ଓ ସୁନ୍ଦରଗଡରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରେନାରେ ଆଜି ଆଉ ୬ଜଣଙ୍କର ମୃତ୍ୟୁ ଘଟିଛି । କରେନାରେ ପୁଣି ଆଜି ଆଉ ୬ଜଣ ମୃତ୍ୟୁବରଣ କରିଛନ୍ତି ।ସେମାନଙ୍କ ମଧ୍ୟରେ ୫ଜଣ ଗଞାମର ହୋଇଥିବାବେଳେ ଜଣେ ଗଜପତି ଜିଲ୍ଲାର ବୋଲି ଜଣାପଡିଛି ।ଏମାନେ କରୋନା ବ୍ୟତିତ ଡାଇବେଟିସ୍ ଓ ଅନ୍ୟରୋଗରେ ଆକ୍ରାନ୍ତ ଥାଇ ହସ୍ପିଟାଲରେ ଚିକିସ୍‌।ଧିନ ଥିଲେ ।ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି ।

ଘରେ ରୁହନ୍ତୁ, ସୁସ୍ଥ ଓ ସୁରକ୍ଷିତ ରୁହନ୍ତୁ, ନିହାତି ଜରୁରୀ ହେଲେ ମାସ୍କ ପିନ୍ଧି ବାହାରକୁ ଯା’ନ୍ତୁ ଏବଂ ସାମାଜିକ ଦୂରତା ରଖନ୍ତୁ,ସରକାରଙ୍କର ନୀୟମକୁ ମାନନ୍ତ –ତ୍ରିଲୋଚନ ରାଉତ (ମୁଖ୍ୟସମ୍ପାଦକ-ସତ୍ୟସନ୍ଧାନ) 

Leave A Reply

Your email address will not be published.