ଦବିଲା ରେଳଲାଇନ୍‌,୨୪ଟ୍ରେନ୍ ବାତିଲ

0 123

ବାଲେଶ୍ବର,୫ା୧୦(ଏସଏସନିଉଜ) ହଳଦୀପଦା ଷ୍ଟେସନ୍ ନିକଟ ଅମରା ପୋଲ ନିକଟରେ ମାଟି ଧସିବା ଫଳରେ ଡାଉନ୍ ରେଳଲାଇନ୍ ଦବିଯାଇଥିବାର ଜଣାପଡିଛି ।ଯାହାଫଳରେ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଆଜି ସକାଳେ ଅମରା ପୋଲ ନିକଟରେ ମାଟି ଧସି ଡାଉନ୍ ଲାଇନ୍‌ଟି ଦବିଯାଇଥିଲା। ଏହି ଖବରପାଇ ରେଳ ବିଶେଷଜ୍ଞଦଳ ରେଳକର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟଆରମ୍ଭକରିଥିଲେ। ଡାଉନ୍ ଲାଇନ୍‌ରେ ଆସୁଥିବା ଟ୍ରେନ୍‌ଗୁଡ଼ିକ ଲାଇନ୍ ବଦଳାଇ ଯାତ୍ରାକରିଥିଲା। ଅନ୍ୟପଟେ ଡାଉନ୍ ଲାଇନ୍‌ରେ ଆସିଥିବା ଭଦ୍ରକ-ଖଡ଼ଗପୁର ମେମୁ ଲୋକାଲ୍ ସହ ଅନ୍ୟ କିଛି ଯାତ୍ରୀବାହୀ ଓ ମାଲ୍‌ବାହୀ ଟ୍ରେନ୍ ସେଠାରେ ଅଟକି ରହିଥିଲା। ସ୍ଥିତିକୁ ଦେଖି ଦିନ ୨ଟାପର୍ଯ୍ୟନ୍ତ ଅପ୍ ଲାଇନ୍‌ରେ ୧୪ଟି , ଡାଉନ୍ ଲାଇନ୍‌ରେ ୧୦ଟି ଏବଂ କିଛି ଲୋକାଲ୍ ଟ୍ରେନ୍‌କୁ ବାତିଲ କରାଯାଇଥିଲା।

Leave A Reply

Your email address will not be published.