ଦାଦାଗିରୀ ଦେଖାଇଲେ ମୋ ବସ କଣ୍ଡକ୍ଟର

0 475

ବାରଙ୍ଗ,୧୫/୧୧(ଏସଏସନିୟୁଜ)ଦାଦାଗିରୀ ଦେଖାଇଲେ ମୋ ବସ କଣ୍ଡକ୍ଟର ।ଯାତ୍ରୀମାନଙ୍କୁ ଡାକି ବସରେ ବସାଇଲେ,ଯାନ୍ତ୍ରିକ ତୃଟି ଯୋଗୁ ବସ ଗଡିନଥିଲା ।ଭଡା ଟଙ୍କା ଫେରାଇବାକୁ ଯାତ୍ରୀମାନେ କହିବାରୁ ଆରମ୍ଭ ହୋଇଗଲା କଣ୍ଡକ୍ଟରଙ୍କ ଦାଦାଗିରୀ । ଏହା ଉତେଜନାର ରୁପରେଖ ନେଇଥିଲା ।ଯାତ୍ରୀମାନେ ମଧ୍ୟ ଭଡା ଟଙ୍କା ଫେରିପାଇବାକୁ ଅଡି ବସି ପାଟିତୁଣ୍ଡ ଆରମ୍ଭ କରିଥିଲେ ।ଖବର ପାଇ ନନ୍ଦନକାନନଥାନା ପୋଲିସ ଆସି ପହଁଚିବାପରେ ପରିସ୍ଥିତି ଶାନ୍ତ ପଡିବା ସହ କଣ୍ଡକ୍ଟରଙ୍କୁ ଯାତ୍ରୀମାନଙ୍କ ଟଙ୍କା ଫେରାଇବାକୁ ପଡିଥିଲା ।ଏହିଭଳି ଘଟଣା ଆଜି ।ପରାହ୍ନରେ ନନ୍ଦନକାନନ ଛକରେ ଘଟିଥିବାର ଜଣାପଡିଛି ।ମୋ ବସ କର୍ମଚାରୀଙ୍କର ଏହି ମନୋମାନୀକୁ ସାଧାରଣ ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି ।
ଘଟଣାରୁ ଜଣାପଡିଛି ଯେ,ଆଜି ଅପରାହ୍ନରେ ଓଡି ୩୩-ଭି-୨୪୧୦ନଂ ମୋ ବସଟି ନନ୍ଦନକାନନ ଛକରୁ ୨୫ଜଣ ୍‌ଯାତ୍ରୀ ନେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବାବେଳକୁ ଯାନ୍ତ୍ରିକ ତୃଟି ବାହାରିଥିଲା ।ଦୀର୍ଘ ସମୟ ଅପେକ୍ଷାକରିବାପରେ ବସଟି ନଗଡିବାରୁ ୍‌ାତ୍ରୀମାନେ କଣ୍ଡକ୍ଟରଙ୍କୁ ଭଡା ଟଙ୍କା ଫେରାଇବାକୁ କହିବାରୁ ଆରମ୍ଭ ହୋଇଥିଲା କଣ୍ଡକ୍ଟରଙ୍କ ଦାଦାଗିରୀ ।ଭଡା ଟଙ୍କା ଦେବାକୁ କଣ୍ଡକ୍ଟର ରାଜି ନହେବାରୁ ଯାତ୍ରୀମାନେ ପାଟିତୁଣ୍ଡ ଆରମ୍ଭ କରିଦେଇଥିଲେ ମଧ୍ୟ କଣ୍ଡକ୍ଟର ନିଜ ଜିଦରେ ଅଟଳ ରହିଥିଲେ । ଖବର ପାଇ ନନ୍ଦନକାନନଥାନା ପୋଲିସ ଘଟଣାସ୍ଥଲରେ ପହଁଚି ଯାତ୍ରୀମାନଙ୍କୁ ବୁଝାସୁଜା କରିବାପରେ ପରିସ୍ଥିତି ଶାନ୍ତ ପଡିଥିଲା ।ଶେଷରେ ପୋଲିସର ହସ୍ତକ୍ଷେପ କରିବାପରେ କଣ୍ଡକ୍ଟର ଯାତ୍ରୀମାନଙ୍କର ଭଡା ଟଙ୍କା ଫେରାଇଥିଲେ ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.