ଭୁଜାଲିଦେଖାଇ ଶ୍ରମିକଙ୍କଠାର ଲୁଟିଲେ ଦୁର୍ବୁତ

0 423

ବାରଙ୍ଗ,୧୫/୧୧(ଏସଏସନିୟୁଜ)ଭୁଜାଲି ଦେଖାଇ ଶ୍ରମିକଙ୍କ ଠାରୁ ଶନିବାର ରାତିରେ ଲୁଟିଲେ ଦୁର୍ବୁତ ।ଏହିଭଳି ଏକ ଘଟଣା ନନ୍ଦନକାନନଥାନା ଅଂଚଳରେ ଘଟିଛି ।ଦୁର୍ବୁତମାନେ ଶ୍ରମିକମାନଙ୍କର ୩ଟି ମୋବାଇଲଫୋନ,ସାତଶହ ଟଙ୍କ ଓ ଘରକାମ ପାଇଁ ବ୍ୟବହାର ସାମଗ୍ରୀ ଲୁଟିନେଇଛନ୍ତି ।ଅଦ୍ୟାବଧି ପୋଲିସ ଲୁଟେରାମାନଙ୍କର ପତାପାଇପାରିନାହିଁ ।
ଘଟଣାରୁ ଜଣାପଡିଛି ଯେ, ଶନିବାର ରାତି ୧୦/୧୧ଟା ସମୟରେ ବିବେକାନନ୍ଦ ସ୍କୁଲ ପାଖରେ ହେଉଥିବା ଏକ କୋଠାଘର କାର୍ଯ୍ୟକୁ କଂଟାବାଡଗ୍ରାମର ଗୁନାପଣ୍ଡା ନାମକ ଠିକାଦର କରୁଛନ୍ତି ।ସେ କିଛି ଶ୍ରମିକମାନଙ୍କୁ ଆଣି ଏହି କାର୍ଯ୍ୟରେ ନିୟୋଜିତ କରିଛନ୍ତି ।ଶନିବାର ରାତିରେ ଶ୍ରମିକମାନେ ଶୋଇଥିବାବେଲେ ଦୁର୍ବୁତମାନେ ଆସି ଘରର କବାଟ ବାଡେଇଥରଲେ ।ଏହାପରେ ଶ୍ରମିକମାନଙ୍କୁ ଭୁଜାଲି ଦେଖାଇ ଭୟଭୀତ କରାଇ ମାରଧର କରି ସେମାନଙ୍କଠାରୁ ନଗଦ ୭ଶହ ଟଙ୍କା,୩ଟି ମୋବାଇଲଫୋନ,କଟରମେସିନ,ଗ୍ୟାସଟାଙ୍କି,ଚୁଲା ସହ ଅନ୍ୟ ସାମଗ୍ରୀ ସବୁ ଲୁଟି ନେଇ ପଳାଇଥରଲେ ।ଏହାପୁର୍ବରୁ ଦୁର୍ବୁତମାନେ ସ୍ରମିକମାନଙ୍କୁ ଘରେ ପୁରାଇ ଘରର କବାଟ ବନ୍ଦ କରିଦେଇଥିଲେ । ରବିବାର ସକାଳେ ଠିକାଦାର ଆସି ନନ୍ଦନକାନନଥାନାରେ ଅଭିଯୋଗ କରିବାପରେ ନନ୍ଦନକାନନଥାନା ପୋଲିସ ଆସି ତଦନ୍ତ ଆରମ୍ଭ କରିଥିବାବେଲେ ଭୟରେ ଥିବା ଶ୍ରମିକମାନେ ଆଜି ସେମାନଙ୍କ ଘରକୁ ପଳାଇଯାଇଥିବାର ଜଣାପଡିଛିା (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.