ମା ଦକ୍ଷୀଣକାଳୀଙ୍କର ଭୈରବୀ ବେଶ

0 362

ସାକ୍ଷୀଗୋପାଳ,୧୫/୧୧(ଏସଏସନିୟୁଜ)ପୁରୀ ଜିଲ୍ଲାର ବୀରଗୋବିନ୍ଦପୁରରେ ରହିଛି ପ୍ରସିଦ୍ଧପୀଠ ମା ଦକ୍ଷୀଣକାଳୀ ମନ୍ଦର । ମା ଦକ୍ଷୀଣକାଳୀ ଭୈରବୀ ବେଶରେ ଦର୍ଶନ ଦେଇଛନ୍ତି ।କିନ୍ତୁ ଚଳିତ ବର୍ଷ ବିନା ଭକ୍ତରେ ହେଲା ମାଙ୍କର ଏହି ପୁଜାର୍ଜନା ।କୋଭିଡ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଗ୍ରାମର ସମସ୍ତ ବାଟ କୁ ଭକ୍ତମାନଙ୍କ ପାଇଁ ବନ୍ଦ କରିଦିଆଯାଇଥିଲା ।ଶନିବାର ଦିନ ସମସ୍ତନିତୀକାନ୍ତୀ ସରିବାପରେ ରବିବାର ଦିନ ମାଙ୍କର ଦର୍ଶନ ମିଳିଥାଏ ।ତେବେ କୋଭିଡ ନୀୟମକୁ ଦୃଷ୍ଟିରେ ରଖାଯାଇ ବିଳମ୍ଭିତ ରାତିରେ ମାଙ୍କ ଭଷାଣିଉସ୍‌ବରେ ଘଂଟ,ବାଜା,ମାଦଳ ସହ ନିରାଡମ୍ବର ଶୋଭାଯାତ୍ରା ଆୟୋଜନ କରାଯାଇ ମାଙ୍କ ମୃଣୟମୁର୍ତିକୁ ଗ୍ରାମ ପରିକ୍ରମା କରାଯାଇଥିଲା ।ଗ୍ରାମକୋଠ ପକ୍ଷରୁ ରାସ୍ତାଘାଟ ସଫାସୁତରା ସାଙ୍ଗକୁ ଆଲୋକମାଳରେ ଗ୍ରାମକୁ ସୁସଜ୍ଜିତ କରାଯାଇଥିଲା ।ଦୁଇଭଉଣୀ କାମରୁପା ଓ ଉଗ୍ରତାରା ଙ୍କ ସହ ଶୋଭାଯାତ୍ରାରେ ଏକାଠି ହୋଇ ଚନ୍ଦନପୁର ଛକଠାରେ ଭକ୍ତମାନଙ୍କୁ ଦର୍ଶନ ଦେଇ ବିସର୍ଜନ ସ୍ଥଳ ଆଡକୁ ଅଗ୍ରସର ହୋଇଥିଲେ ।

Leave A Reply

Your email address will not be published.