ଦାଢାପଂଚାୟତରେ ମଙ୍ଗଳବାର ହେଲା ଅସ୍ଥାୟୀ ଡାକ୍ତରୀଶିବିର,ନୋଡାଲ ଅଫିସରଙ୍କ ଦେଖାନାହିଁ

0 282

ଭୁବନେଶ୍ୱର,୩୧/୩(ଏସ୍‌ଏସ୍‌ନିୟୁଜ)କରୋନା ଭାଇରସ ଆଜି ସାରା ବିଶ୍ୱ ପାଇଁ ବଡ ସଂକଟ ଭାବରେ ଦେଖାଦେଇଛି । ଏହି ସଂକଟରୁ ଜନସାଧାରଣଙ୍କୁ ରକ୍ଷା କରିବାପାଇଁ ସରକାର ପ୍ରତିକାରମୁଳକ ପଦକ୍ଷପମାନ ଗ୍ରହଣ କରିଛନ୍ତି ।ଯାହାଫଳରେ ସମ୍ପୁର୍ଣଭାରତବର୍ଷ ୨୧ଦିନପାଇଁ ଲକ୍‌ଡାଉନ କରିଛନ୍ତି ।ଗ୍ରାମାଂଚଳର ଜନସାଧାରଣଙ୍କ ପାଇଁ ପ୍ରତିପଂଚାୟତରେ ୭ଦିନ ମଧ୍ୟରେ ଅସ୍ଥାୟୀ ଡାକ୍ତରୀ ଶିବିର ଖୋଲିବାପାଇଁ ୧୬ତାରିଖରେ ଜିଲ୍ଲାପାଳମାନେ ବ୍ଲକ୍‌କୁ ଜଣାଇଛନ୍ତି ।ଏହିଆଧାରରେ ଚତୁର୍ଦ୍ଦଶଅର୍ଥ୍ର କମିସନରଙ୍କ ଅନୁଦାନରୁ ୫ଲକ୍ଷଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଂଚାୟତକୁ ଅନୁମତି ମଧ୍ୟ ମିଳିଛି ।ଏହିସବୁ କାର୍ଯ୍ୟକୁ ତ୍ୱାରାନିତ୍ୱ କରିବାପାଇଁ ଏକ ନୋଡାଲ ଅଫିସର ବ୍ଲକ ତରଫରୁ ନିୟୋଜିତ କରାଯାଇଛି ।କିନ୍ତୁ ଦାଢା ପଂଚାୟତର ଦାୟିତ୍ୱରେ ଥିବା ନୋଡାଲ ଅଫିସରଙ୍କ ଦେଖାମିଳୁନାହିଁ ବୋଲି ଅଭିଯୋଗ ହୋଇଛି ।

 

ସେଇଥିପାଇଁ ବିଳମ୍ଭରେ କେନ୍ଦୁପାଟଣା ସ୍କୁଲରେ ଅସ୍ଥାୟୀ ଡାକ୍ତରୀ ଶିବିର ଖୋଲାଯାଇଛି ।ମଙ୍ଗଳବାରଦିନ ଏହି ଶିବିର ପାଇଁ ନିଆଯାଇଥିବା ଘରକୁ ନେଡାଲାଫିସରଙ୍କ ଅନୁପସ୍ଥିତିରେ ଦୁଇଜଣ ସଜଡୁଥିବାର ଦୃଶ୍ୟ ସୋସିଆଲମିଡିଆରେ ଭାଇରାଲ ହେଉଛି ।ସରକାର ଜନସାଧାରଣଙ୍କ ଗୋଟିଏ ଗୋଟିଏ ଜୀବନକୁ ନିରାପଦ ଦେବା ପ୍ରାଣମୁର୍ଛା ଉଦ୍ୟମ ଚଳାଇବା ସହ ଲୋକମାନଙ୍କର ସୁବିଧା ଓ ସୁରକ୍ଷାକୁ ଦଷ୍ଟିରେ ରଖି ସବପ୍ରକାର ବ୍ୟବସ୍ଥା କରିଚାଲିଛନ୍ତି ।ସମସ୍ତ ଅଧିକାରୀ ମାନଙ୍କୁ ଏହି ସମୟରେ ସଜାଗ ରହି ସରକାରୀ ସୁବିଧା ଲୋକମାନଙ୍କ ପାଖରେ ପହଁଚିବାର ବ୍ୟବସ୍ଥାକୁ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହାସତ୍ୱେ ରାଜଧାନୀ ଉପକଣ୍ଠ ଦାଢା ପଂଚାୟତ ରେ ନୋଡାଲାଫିସରଙ୍କ ଅସହଯୋଗର ବ୍ୟତିକ୍ରମ ବୋଲି ବିଭିର୍ଣ ହ୍ୱାଟଆର୍ପ ଗ୍ରୁପରେ ଭାଇରଲ ହେଉଥିବା ଫଟୋ ବୟାନ କରୁଛି ।ଏହାସହ ଅଦ୍ୟାବଧି ଏହି ପଂଚାତୟରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଇନଥିବାର ଜଣାପଡିଛି ।

Leave A Reply

Your email address will not be published.