ଡକାୟତିପାଇଁ ଯୋଜନା

ମାଡିବସିଲା ପୋଲିସ

0 41

ଜଟଣୀ,୩ା୩(ଏସଏସନିଉଜ) ଜଟଣୀଥାନା ଅଁଚଳରେ ଡକାୟତିକରିବାପାଇଁ ଯୋଜନାକରୁଥିବାବେଳେ ପୋଲିସହାତରେ ଧରାପଡିଛନ୍ତି ୫ଡକାୟତ ।ପୋଲିସ ରବିବାର ସେମାନଙ୍କୁ ଗିରଫକରି ୮୭/୨୪କେଶନଂରେ ଏକ ମକଦ୍ଦମାରୁଜୁକରି କୋର୍ଟଚାଳଣ କରିଛି ।
ସୂଚନାଯୋଗ୍ୟଯେ, ବିଶ୍ଵସ୍ତସୂତ୍ରରୁ ହସ୍ତଗତ ହୋଇଥିବା ସୂଚନାକୁ ଆଧାରକରି ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଏକ ପୁଲିସ ଟୀମ ଗତ କାଲି ରାତିରେ ରେତଙ୍ଗକଲୋନୀ ସ୍ଥିତ ରେଲୱେ କଲ୍ୟାଣମଣ୍ଡପ ପଛପଟେ ଅତର୍କିତ ଚଢଉକରି ଜଟଣୀଥାନା ଅଧିନସ୍ଥ ଗଜପତିନଗରର ପାପୁନି ଓରଫ ସଞୟଦାସ ଓ ବାପୁ ଓରଫ ସୁଜିତକୁମାରବିଶ୍ୱାଳ, ରାଜାବଜାରର ସାହିଲଖାନ,ବାଲିଛକମୁଣ୍ଡିଆସାହିର ଏସକେଆକବର ଓ ସୟଦଅହମଦ ସ୍ଥାନୀୟ ଅଞ୍ଚଳରେ ଡକାୟତି ଉଦ୍ୟମ ନିମନ୍ତେ ମାରଣାସ୍ତ୍ର ଧରି ଏକତ୍ରିତ ହୋଇଥିବା ସମୟରେ କାବୁ କରିବାରେ ସକ୍ଷମ ହୋଇଥିଲେ । ତଲାସି ବେଳେ ପୁଲିସ ଅଭିଯୁକ୍ତମାନଙ୍କ ଗିରଫକରି ସେମାନଙ୍କଠାରୁ ଗୋଟିଏ ଖଣ୍ଡା,ଛୁରୀ,ଲଙ୍କାଗୁଣ୍ଡ ,ଲୁହାପାଇପ ,ମଦବୋତଲ. ଟର୍ଚ୍ଚଲାଇଟକୁ ଜବତକରିଛି ।ପୋଲିସ ପଚରାଉଚରା ବେଳେ ଏମାନେ ସେମାନଙ୍କର ଅପରାଧ ସ୍ଵୀକାର କରିଥିଲେ।ଏମାନଙ୍କନାମରେ ଭୁବନେଶ୍ବରର ବିଭିନ୍ନଥାନାରେ ଅନେକଗୁଡିଏ ଅପରାଧିକ ମାମଲା ରହିଥିବାର ପୋଲିସ ତଦନ୍ତବେଳେ ଜାଣିବାକୁପାଇଛି ।

Leave A Reply

Your email address will not be published.