କଟକ,୩୦।୧୦(ଏସଏସନିଉଜ)ଦାମୀ ଗାଡ଼ିରେ ଦେଶୀମଦ ଚୋରା ଚାଲାଣ ହେଉଥିବା ବେଳେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୧୦ଲକ୍ଷ ଟଙ୍କାର ଦେଶୀମଦ ବୋଝେଇ ସ୍କର୍ପିଓକୁ ଜବତ କରି ଦୁଇଜଣଙ୍କୁ ଗିରଫ କରିଛି।ସେମାନେ ହେଲେ ବାରଙ୍ଗଥାନା ଅଧୀନସ୍ଥ ନୟାପାଟଣା ଗ୍ରାମର ପ୍ରିତମ ପଢିହାରି ଓ ନନ୍ଦନକାନନଥାନା ଅଧୀନସ୍ଥ ମରିଚିଆ ଗ୍ରାମର ମକରା ରାଉତ।
ପ୍ରକାଶଯେ, ବିଶ୍ଵସ୍ତ ସୁତ୍ରରୁ ଖବରପାଇ ଗୁରୁବାର ବାରଙ୍ଗ ବ୍ଲକ ନିକଟରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଏକ ଦଳ ଜଗିରହିଥିଲେ।ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଓଆର ୦୧ପି ୨୨୭୩ନମ୍ୱର ଦାମୀ ସ୍କର୍ପିଓ ଟି ଆସୁଥିଲା।ଉକ୍ତ ସ୍କର୍ପିଓ ରୋକିବା ପରେ ସେଥିରୁ ୧୦୦୦ ଲିଟର ଦେଶୀମଦ ସହ ସ୍କର୍ପିଓରେ ଥିବା ଦୁଇ ଜଣଙ୍କୁ ଗିରଫ କରିଥିଲା।ଗିରଫ ଦୁଇ ଅଭିଯୁକ୍ତ ପ୍ରିତମ ପଢିହାରି ଓ ମକରା ରାଉତ ଉଭୟ ଆଠଗଡ଼ ଅଞ୍ଚଳରୁ ଏହି ଦେଶୀମଦ ଆଣି ବାରଙ୍ଗ ଅଞ୍ଚଳରେ ବିକ୍ରି କରୁଥିବାର ଅବକାରୀ ବିଭାଗ ଆଗରେ ସ୍ବୀକାର କରିଥିଲେ। ଜବତ ଦେଶୀମଦର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଅବକାରୀ ବିଭାଗ ମଦ ଜବତ କରି ଉଭୟଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)
Prev Post
Next Post
