କଟକ,୩୦।୧୦(ଏସଏସନିଉଜ)ଘରେ ରଙ୍ଗ କରିବା ବାହାନାରେ ଘରୁ ସୁନାହାର ଚୋରି କରିନେଇଥିବା ଅଭିଯୋଗରେ ବାରଙ୍ଗଥାନା ପୋଲିସ ଗୁରୁବାର ଦିନ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସିଏ ହେଉଛନ୍ତି ଏହି ଥାନା ଅଧୀନସ୍ଥ ଗଦେଇକୁଦର ପ୍ରଫୁଲ୍ଲ ରାଉତ ଓରଫ ବାଗୁଲା।
ପ୍ରକାଶଯେ, ପ୍ରଫୁଲ୍ଲ ରାଉତ ଓ ତାର ସହଯୋଗୀମାନେ ମିଶି ୨୭ ତାରିଖରେ ଏହି ଥାନା ଅଧୀନସ୍ଥ ଦଢାପାଟଣା ଗ୍ରାମର ବିଷ୍ଣୁଚରଣ ପଟ୍ଟନାୟକ ନାମକ ବ୍ୟକ୍ତିଙ୍କ ଘର ରଙ୍ଗ କାମ କରୁଥିଲେ।ଉକ୍ତ ଦିନ ସନ୍ଧ୍ୟାରେ ଯେତେବେଳେ ବିଷ୍ଣୁ ଚରଣ ଘରେ ରଖିଥିବା ସୁନାହାର ଖୋଜିଥିଲେ ସେ ତାଙ୍କୁ ପାଇଲେନାହିଁ ।ପ୍ରଫୁଲ୍ଲ ଯେଉଁ ଘର ରଙ୍ଗ କରୁଥିଲେ ସେହି ଘରେ ସୁନା ହାର ରହିଥିଲା।ପ୍ରଫୁଲ୍ଲ ଏହାପରଦିନ ଆଉ ରଙ୍ଗକାମ କରିବାକୁ ନଆସିଵାରୁ ବିଷ୍ଣୁ ଚରଣଙ୍କ ସନ୍ଦେହ ବଢିଥିଲା ବୋଲି ସେ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ବାରଙ୍ଗଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ଵାଳ ୬୦୦/୨୫କେସ ନମ୍ୱରରେ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିବା ସହ ସାକ୍ଷୀଙ୍କ ବୟାନ ଏବଂ ପରିସ୍ଥିତି ଆଧାରରେ ଗୁରୁବାର ପ୍ରଫୁଲ୍ଲକୁ ଗିରଫ କରାଯାଇ କୋର୍ଟଚାଲାଣ କରିଛନ୍ତି।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)
Prev Post
Next Post
