ଦାମୀ କାରରେ ଆସୁଥିବା ଗଞେଇ ଧରାପଡିଲା

0 375

ଭୁବନେଶ୍ୱର,୩/୧୧(ଏସ୍‌ଏସ୍‌ନିୟୁଜ)ଦାମି କାରରେ ହେଉଥିଲା ଗଞେଇ ଚୋରଚାଲଣ ।ଯାହାର ପର୍ଦ୍ଦାଫାସ କରିଛି ସହିଦନଗରଥାନା ପୋଲିସ ।ସହିଦନଗରଥାନା ପୋଲିସ ଦ୍ୱିହିପହରରେ ପେଟ୍ରୋଲିଂ କରୁଥିବାବେଳେ ବାଙ୍କୁଆଳ ପାଖରେ ଛିଡା ହୋଇଥିଲେ ।ଏହି ସମୟରେ କୁଆଖାଇ ନଦୀ ବନ୍ଧ ରେ ଓଆର୦୨-ବିଏସ୍‌-୧୪୦୦ ଓ ଓଡି୦୨-ବିଏଲ-୬୬୩୨ନଂ ଦୁଇଟି ଦାମି କାର ଦ୍ରୁତଗତିରେ ଆସୁଥିବାର ଦେଖିବାକୁ ପାଇଥିଲେ । ସନ୍ଦେହରେ ଗାଡିଦୁଇଟିକୁ ରୋକିବାପରେ ଚାଳକଦ୍ୱୟଙ୍କ କଥାବାର୍ତା ରେ ତାଳମେଳ ରହିନଥିଲା ।ସନ୍ଦେହରେ ପୋଲିସ ଗାଡିଦୁଇଟିର ଡିକିକୁ ଖୋଲିବାପରେ ଦୁଇଟି ମୁହଁବନ୍ଧାବସ୍ତା ଥିବାର ଦେଖିଥିଲେ । ବସ୍ତାକୁ ଖୋଲିବାପରେ ବସ୍ତା

ଭିତରେ ଗଞେଇ ଥିବାର ଜଣାପଡିଥିଲା । କାର ସହ ଚାଳକଦ୍ୱୟକୁ ଘଟଣାସ୍ଥଳରୁ ଗିରଫ କରିଥିଲେପୋଲିସ । ଥାନାକୁ ଆଣି ପଚରାଉଚରା ପରେ ଏହି ଗଞେଇ କନ୍ଧମାଲରୁ ଭୁବନେଶ୍ୱରକୁ ଚୋରା ଚାଲଣ ନିମନ୍ତେ ଆସିଥିଲା ବୋଲି ଜାଣିବାକୁ ପାଇଥିଲେ । ଗିରଫ ହୋଇଥିବା କାରଚାଳକଦ୍ୱୟ ହେଲେ ବଡଗଡଥାନା ଅଧିନସ୍ଥ ବ୍ରହ୍ମ୍ରେଶ୍ୱରପାଟଣାରେ ରହୁଥିବା କନ୍ଧମାଳ ଲାଇନପଦାର ସତିଶକୁମାରପ୍ରଧାନ ଓରଫ ଲିଟୁ (୩୨) ଓ ସହିଦନଗରଥାନା ଅଧିନସ୍ଥ ଜଗନ୍ନାଥନଗରରେ ରହୁଥିବା କେନ୍ଦୁଝରର ବେଲବାହଲି ଗ୍ରାମରେ ସୁଶାନ୍ତକୁମାରସାହୁ ଓରଫବାବୁ(୩୨) ।ପୋଲିସ ୧୪କେଜି ଓଜନର ଗଞେଇ ଦୁଇଟିବସ୍ତା ଓ କାରଦୁଇଟିକୁ ଜବତ କରିଛନ୍ତି ।

Leave A Reply

Your email address will not be published.