ଦାମୋଦର ରାଉତ ଗୁରୁତର

ଶୁଣିଲାଣି କ୍ୟାପିଟାଲ ହସ୍ପିଟାଲ!

0 67

ଭୁବନେଶ୍ୱର,୨୧।୩(ଏସଏସନିଉଜ)ବରିଷ୍ଠ ବିଜେଡି ନେତା ଦାମୋଦରରାଉତ ଗୁରୁତର ଥିବାନେଇ ପୁଅ ସମ୍ବିତ ରାଉତରାୟଙ୍କ ସୂଚନା ଦେଇଛନ୍ତି।ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା କହିଛନ୍ତି।ଦାମଙ୍କ ଅବସ୍ଥା ସଂକଟାପନ୍ନ ନେଇ ପୁଅ ସମ୍ବିତଙ୍କ ଗୁରୁତର ଅଭିଯୋଗ ଆଣିଛନ୍ତି।କ୍ୟାପିଟାଲ ହସ୍ପିଟାଲ ପାଇଁ ଏଭଳି ଅବସ୍ଥା ହେଲା କହିଲେ ଦାମଙ୍କପୁଅ ବିଧାୟକ ସମ୍ବିତ ରାଉତରାୟଙ୍କ।
୧୮ତାରିଖ ରାତିରେ ହାର୍ଟଆଟାକ୍‌ ହେଲା,ରାତି ୩ଟାରେ ବାପାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଲୁ।ବାରମ୍ବାର କହିବା ସତ୍ତ୍ବେ କ୍ୟାପିଟାଲ ହସ୍ପିଟାଲରେ ସିପିଆର୍‌ ଦେଲେନି।
ବାଧ୍ୟହୋଇ ସେଠାରୁ ଆମେ ବାପାଙ୍କୁ ଘରୋଇ ହସ୍ପିଟାଲ ନେଲୁ।ସେହି ଯିବାଆସିବା ଭିତରେ କିଛିସମୟ ଡେରି ହୋଇଗଲା।ଡେରିହେବାରୁ ବ୍ରେନକୁ ଅକ୍ସିଜେନ୍‌ ଓ ବ୍ଲଡ୍‌ ଠିକ ଭାବେ ଗଲାନି।ଘରୋଇ ହସ୍ପିଟାଲରେ ସିପିଆର୍‌ ଦେଲା ପରେ ହାର୍ଟ କାମକରୁଛି,କିନ୍ତୁ ବ୍ରେନ୍‌ ବହୁତ ଖରାପ ହୋଇଯାଇଛି।ସମ୍ବିତଙ୍କ ଅଭିଯୋଗପରେ CPR ଦେଲାଭଳି ଅବସ୍ଥାନଥିଲାବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି।ସେ କହିଛନ୍ତି
କାଜୁଆଲିଟି ରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇ ଥିଲା।ତାଙ୍କର ଅକ୍ସିଜେନ୍‌ ସାଚୁରେସନ କମିଯାଇଥିଲା, କିଡ୍‌ନୀ ଠିକ୍‌ ନଥିଲା।ଡାକ୍ତର ତୁରନ୍ତ ଦେଖିଥିଲେ,ଇସିଜି ହୋଇଥିଲା ,ଅକ୍ସିଜେନ୍‌ ଦିଆଯାଇଥିଲା।ଯେହେତୁ ଆମର ଏଠି କିଡ୍‌ନୀ ଡାକ୍ତର ନାହାନ୍ତି,ରେଫର କରିବାକୁ ପଡ଼ିଲା।ପ୍ରାଥମିକଚିକିତ୍ସା ସାରି ୩୦ମିନିଟ ଭିତରେ ତାଙ୍କୁ ରେଫର କରାଯାଇଥିଲା ବୋଲି କହିଛନ୍ତି।ଅନ୍ୟପଟେ ବରିଷ୍ଠ ବିଜେଡିନେତା ଦାମୋଦରରାଉତଙ୍କ ଆଶୁ ଆରୋଗ୍ୟ ଓ ଦୀର୍ଘାୟୁ ଜୀବନ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave A Reply

Your email address will not be published.