ଦନେଇସୋରା ମାଳରେ ବାରହା କରୁଛି ଉପଦ୍ରବ

0 542

ମେଣ୍ଢାଶାଳ,୧୧/୧୦(ଏସ୍‌ଏସ୍‌ନିୟୁଜ) ମେଣ୍ଢାଶାଳ ଗ୍ରାମ ଧାନବିଲରେ ପଶି ଗତ କିଛି ଦିନ ହେବ ବାରହାପଲ୍ଲ ଧାନଫସଲ ନଷ୍ଟ କରୁଛନ୍ତି ।ଶୁକ୍ରବାର ବିଳମ୍ଭିତ ରାତିରେ ୨୦ଟିକିଆ ବାର୍‌ହା ପଲ୍ଗଲ ନିକଟସ୍ଥ ଦେଉଳିଆ ପାହଡରୁ ଗଡି ଗ୍ରାମର ପ୍ରତାପସାମନ୍ତରାୟ ଓ ଘନଶ୍ୟାମପଢିହାରୀଙ୍କ ଧାନଖାଇ ଦଳିମକଚି ନଷ୍ଟ କରିଛନ୍ତି ।ମେଣ୍ଢାଶାଳର ଏହି ଅଂଚଳ ସିଟିଫରେଷ୍ଟପାତ୍ରପଡା ଅଧିନରେ ରହିଛି ।ପ୍ରତ୍ୟେକ ବର୍ଷ ଏହି ଦନେଇସୋରାମାଳରେ ବାରହା ଉପଦ୍ରବ ଯୋଗୁ ଧାନଫସଲ ନଷ୍ଟ ହେଉଛି ।ଗତବର୍ଷଠାରୁ ଭଟ ବେହେରାନାମକ ଜଣେ ଗରିବ ଚାଷୀ କ୍ଷତିପୁରଣ ପାଇଁ ଆବେଦନ କରିଥିଲେ ମଧ୍ୟ ଅଦ୍ୟାବଧି କ୍ଷତିପୁରଣ ପାଇପାରିନାହିଁ ।

ମେଣ୍ଢାଶାଳରେ ସିଟିଫରରେଷ୍ଟର କୈାଣସି ଷ୍ଟାପ୍ ନରହୁଥିବାରୁ କ୍ଷତିଗ୍ରସ୍ଥ ଚାଷୀମାନେ ସେମାନଙ୍କ କ୍ଷତିପୁରଣ ଅର୍ଥ ପାଇପାରୁନାହାନ୍ତି । ଚଳିତବର୍ଷ ଏହି ଅଂଚଳରେ ହରିଡାମଡା,ଗୁପ୍ତପଡା,ଜାମୁଝରୀ ଓ ଜଙ୍ଗଲକଡଗ୍ରାମର ଚାଷଜମିରେ ବାରହାପଲ୍ଲ ଙ୍କ ଉପ୍ତାତ ବୃଦ୍ଧିପାଇଛି ।କ୍ଷତିଗ୍ରସ୍ଥ ଚାଷୀଙ୍କୁ ତୁରନ୍ତ କ୍ଷତିପୁରଣ ଦେବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।(ମେଣ୍ଢାଶାଳରୁ ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.