ମହାପ୍ରସାଦର ମହକ ଟାଣିଆଣିଲା …

0 428

ଖବର ଆଜି ସକାଳର,ତାରିଖ ୧୧/୧୦/୨୦ ରବିବାର ।
୧-ଅବଢା ମୁଠିଏ ମୋତେ ମିଳୁ ମହାବାହୁ । ମହାପ୍ରସାଦର ମହକ ଟାଣିଆଣିଲା ବଡଦାଣ୍ଡକୁ, ମନଭରି ଅବଢା ଖାଇଲେ ବିଦେଶୀ ଦମ୍ପତ୍ତି ।
୨-ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ, ୩୭ ରନରେ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।
୩-କୋଲକାତାର ରୋମାଞ୍ଚକର ବିଜୟ । ୨ ରନରେ ପଞ୍ଜାବକୁ ହରାଇଲା କୋଲକାତା ନାଇଟ ରାଇଡର୍ସ ।
୪-ଘନୀଭୂତ ହେଉଛି ଲଘୁଚାପ, ତିନିଦିନ ବର୍ଷା।
୫-ସିବିଆଇ ହାତକୁ ଗଲା ହାଥରସ ଦୁଷ୍କର୍ମ ଓ ମୃତ୍ୟୁ ମାମଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି । କେବଳ ଗଣଦୁଷ୍କର୍ମ ନୁହେଁ ଷଡଯନ୍ତ୍ର ଓ ଅପପ୍ରଚାର ପ୍ରସଙ୍ଗର ବି ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।
୬-ମହାମାରୀ ପାଇଁ ଭୂତାଣୁ ବିଜ୍ଞାନରେ ଶିକ୍ଷାଦାନ : ଏଆଇପିଏଚ୍ ରାଜ୍ୟରେ ପ୍ରଥମ।

୭-ଭୁବନେଶ୍ୱର ପେଟ୍ରୋଲ ପମ୍ପ୍ ବିସ୍ଫୋରଣ : ସୀମାଞ୍ଚଳଙ୍କ ଶବ ମିଳିଲାନି, ଗାଁରେ ପ୍ରତୀକାତ୍ମକ ସତ୍କାର।
୮-ଦେଶରେ ମହିଳାଙ୍କ ଉପରେ ବଢୁଥିବା ହିଂସାକୁ ନେଇ ଆଡଭାଇଜରୀ ଜାରି କଲା କେନ୍ଦ୍ର ଗୃହମନ୍ତ୍ରାଳୟ । ମହିଳା ବିରୋଧୀ ହିଂସା ଘଟଣାରେ ମାମଲା ରୁଜୁ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଲା ଗୃହମନ୍ତ୍ରାଳୟ ।
୯-ଚୀନ ସୀମାରେ ଦମ ଦେଖାଇଲା ଭାରତୀୟ ବାୟୁସେନା: ଲେହ ଏୟାର ବେସରେ ଚକ୍କର କାଟିଲା ଚିନୁକ, ସି -୧୭ ଗ୍ଲୋବାଲ ମାଷ୍ଟର; ବାୟୁସେନ କହିଲା ଶତ୍ରୁର ଚାଲକୁ ପରଖି ପ୍ରସ୍ତୁତ ଅଛି ଭାରତ ।
୧୦-ଭିଡିଓ କନଫରେନ୍ସିଂରେ କଟକ ତାଳଦଣ୍ଡା କେନାଲ ପ୍ରଶସ୍ତିକରଣର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି କଟକ ଏସସିବି ମେଡିକାଲକୁ ଯିବା ହେବ ସହଜ; ଆଗକୁ ୱାଟର ସ୍ପୋର୍ଟସ ହେବା ନେଇ ସୂଚନା।
୧୧-ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବାଧୀନତା ଦିବସ ଭାଷଣ ଅନୁସାରେ, ୨୩ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳ ସରକାରୀ ଚାକିରି ଲାଗି ସାକ୍ଷାତ୍‌କାର ଉଚ୍ଛେଦ କରିଛନ୍ତି।
୧୨-French Open 2020:-ଇଗା ସ୍ବେଟେକ୍ ରଚିଲେ ଇତିହାସ, ଫାଇନାଲ୍‌ରେ ସୋଫିଆ କେନିନ୍‌ଙ୍କୁ ଦେଲେ ମାତ୍‌।
୧୩-କ୍ରାଇମବ୍ରାଞ୍ଚରେ ହାଜର ନହୋଇ ସୁପ୍ରିମକୋର୍ଟ ଗଲା ରିପବ୍ଲିକ୍ ଟିଭି।

 

Leave A Reply

Your email address will not be published.