ଦାଉ ସାଜିଛି ଝାରଖଣ୍ଡୀ ହାତୀ

0 149

ମୟୂରଭଞ୍ଜ,୨୦/୬(ଏସଏସନିଉଜ)ଗତକିଛିଦିନ ହେବ ସାରସକଣା ଅଞ୍ଚଳରେ ଝାରଖଣ୍ଡୀ ହାତୀପଲ ଉପ୍ତାତ ଆରମ୍ଭ କରିଛନ୍ତି ।ସେମାନଙ୍କ ଉପଦ୍ରବରେ ଅଂଚଳବାସୀ ଅତିଷ୍ଟ ହୋଇପଡିଲେଣି । ରବିବାର ସନ୍ଧ୍ୟା ସମୟରେ ଗାଁ ହାଟରୁ ସଉଦା କରି ଫେରୁଥିବା ବେଳେ ୭୦ ଟିକିଆ ହାତୀପଲ ସହିତ ମୁହାଁମୁହିଁ ହେବାରୁ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ଦିଗାରିଶୋଳ ଗ୍ରାମର ବୁଧିଆ ମୁଣ୍ଡା ।ସେହିଭଳିଭାବେ ଫୁଲମଣି ମୁଣ୍ଡା ଖାଇ ସାରି ଶୋଇଥିବା ସମୟରେ ହାତୀ ଘର ଭାଙ୍ଗିଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ।ହାତିପଲ୍ଲକୁ ଘଉଡାଇବାପାଇଁ ବନବିଭାଗ କୈାଣସି ଉଦ୍ୟମ କରୁନଥିବାରୁ ଅଂଚଳରେ ଅସନ୍ତୋଷ ସୃଷ୍ଟି ହୋଇଛି ।

Leave A Reply

Your email address will not be published.