ପୁରୀ, ୨୦/୬(ଏସଏସନିଉଜ) ପୁରୀ ରଥଖଳା ନିକଟରେ ୨ ପର୍ୟ୍ୟଟକଙ୍କୁ ଧକ୍କା ଦେବା ପରେ ଏକ ପିକଅପଟି ନନ୍ଦିଘୋଷ ରଥରେ ପିଟି ହୋଇଥିବା ଜଣାପଡିଛି । ପିକଅପ୍ ଭ୍ୟାନଟି ଡ୍ରାଇଭରଙ୍କୁ ବାତ ମାରିବାରୁ ଏପରି ଘଟିଥିବା ସୂଚନା ମିଳିଛି ।ପୋଲିସ ଡ୍ରାଇଭର ଜଣକ ଅଟକ ରଖି ପିକଅପ ରେ ଧକ୍କାହୋଇ ଗୁରୁତର ହୋଇଥିବା ଅନୁଗୁଳର ଲୁହାମୁଣ୍ଡର ଗିରିଶ ସାହୁ , ବୈଜନ୍ତି ସାହୁଙ୍କୁ ଚିକିସ୍ା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।