ବିନିକା, ୨୦/୬(ଏସଏସନିଉଜ)ବିନିକା ଥାନା ଅର୍ନ୍ତଗତ ବାଉଁଶୁଣି ଜଙ୍ଗଲରେ ଗତକାଲି ସନ୍ଧ୍ୟାରେ ପଡ଼ିଥିବା ଏକ ଗଳିତ ମୃତଦେହ ଓ ପାଖରେ ଥିବା ଏକ ସାଇକେଲକୁ ଜବତ କରିଛି ।ସୋମବାରଦିନ ଗଳିତ ମୃତଦେହକୁ ଚିହ୍ନଟ କରାଯିବାପରେ ପରିବାରକୁ ମୃତଦେହକୁ ହସ୍ତାନ୍ତର କରିଛି ।ମୃତକ ହେଉଛନ୍ତି ବାଉଁଶୁଣି ଗ୍ରାମର ନେତ୍ର ଭୋଇଙ୍କ ପୁତ୍ର ସୁରେଶ ଭୋଇ। ସୁରେଶ+୩ ରେ ଅଧ୍ୟୟନରତ ଥିବାବେଳେ ମାନସିକ ରୋଗୀ ହୋଇଥିବାରୁ ଗତ ୩ ତାରିଖରୁ ନିରୁଦ୍ଦିଷ୍ଟ ଥିବାନେଇ ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲାବୋଲି ଜଣାପଡିଛି ।