ଦେବଭୂମି ଉତ୍ତରାଖଣ୍ଡରେ ବଡ଼ ବିପର୍ଯ୍ୟୟ

ଖବର ଆଜିର,ତାରିଖ ୦୮-୦୨-୨୦୨୧ ସୋମବାର।

0 291

୧-ଦେବଭୂମି ଉତ୍ତରାଖଣ୍ଡରେ ବଡ଼ ବିପର୍ଯ୍ୟୟ ଆଣିଲା ହିମସ୍ଖଳନ । ଜଳ ପ୍ରଳୟରେ ଶତାଧିକ ମୃତାହତ ଆଶଙ୍କା । ସର୍ବାଧିକ ପ୍ରଭାବିତ ହେଲା ଋଷିଗଙ୍ଗା ଶକ୍ତି ପ୍ରକଳ୍ପ
୨-ପଶ୍ଚିମବଙ୍ଗରେ ୪ ହଜାର ୭ ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୋଦି । ୪ଟି ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ କଲେ ଉତ୍ସଗୀକୃତ ।
୩-ଗ୍ଲାସିୟର ଦୁର୍ଗତଙ୍କ ପରିବାର ଲାଗି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ କ୍ଷତିପୂରଣ ଘୋଷଣା, ପ୍ରତି ମୃତକଙ୍କ ଲାଗି ଦିଆଯିବ ୪ଲକ୍ଷ ଟଙ୍କା
୪-ଉତ୍ତରାଖଣ୍ଡ ଗ୍ଲାସିୟର ବ୍ଲାଷ୍ଟ: ବିଶେଷଜ୍ଞଙ୍କ ଆଶଙ୍କା ଆଗକୁ ବାରମ୍ବାର ଦୋହରିପାରେ ଘଟଣା ।
୫-ଉତ୍ତରାଖଣ୍ଡ ହିମସ୍ଖଳନ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ
୬-କୋଭିଡ ଟିକାକରଣକୁ ପୁରିଲା ୨୩ ଦିନ, ୫୮ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ନେଲେଣି ଟିକା ।
୭-ପଶ୍ଚିମବଙ୍ଗ ଲୋକଙ୍କୁ ମମତା ବଦଳରେ ନିର୍ମମତା ମିଳିଲା: ପ୍ରଧାନମନ୍ତ୍ରୀ ମୋଦି
୮-ପ୍ରତି ରାଜ୍ୟରେ ଗୋଟିଏ ମେଡିକାଲ କଲେଜ୍ ଏବଂ ବୈଷୟିକ କଲେଜ୍‌ରେ ମାତୃଭାଷାରେ ପାଠପଢା ଯିବା ମୋର ସ୍ଵପ୍ନ: ପ୍ରଧାନମନ୍ତ୍ରୀ ମୋଦୀ
୯-ନୂଆ କୃଷି ଆଇନକୁ ବିରୋଧ କରୁଥିବା ଆନ୍ଦୋଳନରତ କୃଷକ ନେତାଙ୍କ ସହ ପୁଣି ଥରେ ସରକାର ଆଲୋଚନା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ଥିବା କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟଲ ରବିବାର ସୂଚନା ଦେଇଛନ୍ତି।
୧୦-୮ରୁ ଭାରତ-ଆମେରିକାର ମିଳିତ ସମରାଭ୍ୟାସ: ରାଜସ୍ଥାନରେ ପହଞ୍ଚିଲେ ଆମେରିକୀୟ ସୈନିକ ।
୧୧-କଟକ ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ ପ୍ରକଳ୍ପ ପାଇଁ ପୁଣି ସମସ୍ୟା ବଢ଼ିଛି। ବସ୍ ଟର୍ମିନାଲ ପାଇଁ ପ୍ରଶାସନ ମାପ ଚୁପ୍ କରିଥିବା କଟକ ସହର, ୟୁନିଟ-୩୬, ରାଜାବଗିଚା ମୌଜାର ୩୧୬ ଡିସିମିଲ ଜମିରୁ ଉଚ୍ଛେଦ ଉପରେ ହାଇକୋର୍ଟ ଅଙ୍କୁଶ ଜାରି କରିଛନ୍ତି।
୧୨-ଶେଷରେ ଆଜିଠୁ ଆରମ୍ଭ ହେବ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ।
୧୩-ପୂଜାରା-ପନ୍ତ୍‌ଙ୍କ ଅର୍ଦ୍ଧଶତକ ; ଫଲୋଅନ୍ ଏଡ଼ାଇବାକୁ ଭାରତର ସଂଘର୍ଷ ।
୧୪-ଭିନ୍ନକ୍ଷମ ତାଲିମ କେନ୍ଦ୍ର ନାଁରେ ଏସ୍କର୍ଟ ସର୍ଭିସ୍ : ମୁଖ୍ୟ ଅଭିଯୁକ୍ତ ସମେତ ୬ଗିରଫ ।
୧୫-ଓଡିଆ ଝିଅ ମିମାଂଶାଙ୍କୁ ଚାରିଆଡ଼େ ପ୍ରଶଂସା: ଜିତିଲେ ଅପେରା ମିସ୍ ଇଣ୍ଡିଆ ୨୦୨୧ ର ପ୍ରଥମ ରନର୍ସ ଅପ୍ ଟ୍ରଫି ।
୧୬-ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ ପାଇଁ ଆଜି ଠାରୁ ଅନଲାଇନ୍‌ରେ ବିକ୍ରିହେବ ଟିକେଟ୍, ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.