ଡିସେମ୍ବରରୁ ବଢିବ ମୋବାଇଲ କଲ୍ ଦର

0 319

ଭୁବନେଶ୍ବର:୧୯/୧୧-ଡିସେମ୍ବର ୧ରୁ ମହଙ୍ଗା ହେବ ମୋବାଇଲ ମୋବାଇଲ କଲ୍ ଦର । ଯାହା ଏବେ  ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର ।ରିଲାଏନ୍ସ ଜିଓ ପରେ ଭୋଡାଫୋନ୍‌-ଆଇଡିଆ ଏବଂ ଭାରତୀ ଏୟାରଟେଲ୍‌ ମୋବାଇଲ କଲ୍‌ ଦର ବଢାଇବେ । ଟେଲିକମ୍‌ ଉଦ୍ୟୋଗରେ ଜାରି ରହିଥିବା ଆର୍ଥିକ ଅସ୍ଥିରତା ଯୋଗୁ ଭୋଡାଫୋନ-ଆଇଡିଆ ଟାରିଫ ପ୍ଲାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି। ଭୋଡାଫୋନ-ଆଇଡିଆ ପକ୍ଷରୁ ଜାରି ହୋଇଥିବା ଏକ ବିବୃତି ଅନୁଯାୟୀ, ଡିସେମ୍ୱର ପହିଲାରୁ କମ୍ପାନୀ ତା’ର ଟାରିଫ ପ୍ଲାନ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି, ଯାହାର ସିଧା ସଳଖ ପ୍ରଭାବ କମ୍ପାନୀର ୩୦ କୋଟି ଗ୍ରାହକଙ୍କ ଉପରେ ପଡିବ । ଟାରିଫ ପ୍ଲାନରେ କେତେ ପ୍ରତିଶତ ଅବା କେତେ ଟଙ୍କା ବୃଦ୍ଧି ହେବ ସେ ନେଇ କମ୍ପାନୀ କୌଣସି ସୂଚନା ଦେଇନାହିଁ । ଉଲ୍ଲେଖଯୋଗ୍ୟ ଯେ ଭୋଡାଫୋନ-ଆଇଡିଆ ଏହି ନିଷ୍ପତ୍ତି ଏନଜିଆରର ଦେୟକୁ ନେଇ କରିଛି ଯେଉଁଥିରେ ସୁପ୍ରିମକୋର୍ଟ କମ୍ପାନୀଙ୍କୁ ୯୦ ଦିନ ଭିତରେ ୪୪,୨୦୦ କୋଟି ଟଙ୍କା ପଇଠ କରିବାକୁ କହିଛନ୍ତି ।  ବ୍ୟବସାୟକୁ ଅନୁକୂଳ କରିବା ପାଇଁ ​‌​‌ଦେଶର ଦୁଇ ଟେଲିକମ୍‌ କମ୍ପାନୀ ​ଆସନ୍ତା ପହିଲାଠାରୁ ‌ସେମାନଙ୍କର ଟାରିଫ୍‌ରେ ‌ବୃଦ୍ଧି ଘଟାଇବାକୁ ଯାଉଛନ୍ତି ।

ସୂଚନାଯୋଗ୍ୟ, ଭୋଡାଫୋନ୍‌-ଆଇଡିଆ ଏବଂ ଭାରତୀ ଏୟାରଟେଲ୍‌ର ସମ୍ମିଳିତ ତ୍ରୈମାସିକ କ୍ଷତି ୭୪,୦୦୦ କୋଟି ଟଙ୍କାରେ ପହଞ୍ଚିଛି । କେବଳ ଭୋଡାଫୋନ୍‌-ଆଇଡିଆର କ୍ଷତି ପରିମାଣ ୫୦,୯୨୧ ​‌କୋଟି ଟଙ୍କା । ଅନ୍ୟପକ୍ଷରେ ଭାରତୀ ଏୟାରଟେଲ ତା’ର କ୍ଷତି ପରିମାଣ ୨୩,୦୪୫ ​କୋଟି ଟଙ୍କା ରହିଥିବା ଦର୍ଶାଇଛି । ଭାରତୀ ଏୟାରଟେଲ ମଧ୍ୟ ଆସନ୍ତା ପହିଲାରୁ କଲ୍‌ ଦର ବୃଦ୍ଧି କରିବାକୁ ଯାଉଛି ।

Leave A Reply

Your email address will not be published.