ଦେଢ଼ବର୍ଷପରେ ଧରାପଡିଲା

0 81

ବାରଙ୍ଗ, ୧୭ା୮ (ଏସଏସନିଉଜ)ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଦେଢ଼ବର୍ଷ ଧରି ଫେରାର ଥିବା ଜଣେ ମଦ ବେପାରୀକୁ ଗିରଫ କରିଛି ଗୋଡିସାହି ଫାଣ୍ଡି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବାରଙ୍ଗ ଥାନା ସାନମୁଣ୍ଡଳୀ ଗ୍ରାମର ଦୁଷ୍ମନ୍ତ ଲେଙ୍କା ଓରଫ ଧକୁ(୩୧)।
ପ୍ରକାଶ,ଯେ ଗତବର୍ଷ ମାର୍ଚ୍ଚ୪ତାରିଖ ସନ୍ଧ୍ୟାସମୟରେ ଧକୁ ଏକ ନମ୍ବରବିହୀନ ମାରୁତିସୁଜୁକି କାରରେ ଦେଶୀମଦ ଚୋରା ଚାଲାଣ କରିଥିଲା।ଗୋଡିସାହି ପୁରୀ କେନାଲ ବ୍ରିଜ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ଦେଖି ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୋଲିସ ସେହି ଗାଡ଼ି ତଲାସୀ ନେବାରେ ସେଥିରୁ ୧୮ଟି ବ୍ଲାଡରରେ ୩୫୦ ଲିଟର ଦେଶୀମଦ ଜବତ କରିଥିଲା। ଏହି ଘଟଣାରେ ଗୋଡିସାହି ଫାଣ୍ଡିରେ ୬୪/୨୨ରେ ଏକ ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ ଚଳାଇଥିଲା। ବୁଧବାର ଦିନ ଧକୁ ନରାଜ ମାର୍ଥାପୁର ସ୍ଥିତ କାନାଡ଼ା ବ୍ୟାଙ୍କରେ ଥିବାର ବିଶେଷ ସୂତ୍ରରୁ ଖବର ପାଇ ଗୋଡିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ସଦଳବଳେ ଚଢ଼ାଉ କରି ଧକୁକୁ ଗିରଫ କରିଥିଲେ। ଦୀର୍ଘ ଦେଢ଼ବର୍ଷ ଧରି ଫେରାର ହୋଇ ପୋଲିସର ନିଦ ହଜାଇ ଦେଇଥିବା ମଦ ବେପାରୀକୁ ପୋଲିସ ଗୁରୁବାର ଦିନ କୋର୍ଟଚାଲଣ କରିଛି।

Leave A Reply

Your email address will not be published.