ଜେ.ଏମ.ସ୍ପୋର୍ଟସ ଏକାଡେମୀ ପାଳିଲା ପ୍ରତିଷ୍ଠାଦିବସ

0 169

ଭୁବନେଶ୍ୱର,୧୮।୮(ଏସଏସନିଉଜ)ରାଜଧାନୀ ଭୁବନେଶ୍ବରର ଅନ୍ୟତମ ପ୍ରତିଷ୍ଠିତ ଜେ. ଏମ. ସ୍ପୋର୍ଟସ ଏକାଡେମୀ ତାରଦ୍ୱାଦଶତମ ପ୍ରତିଷ୍ଠାଦିବସ ମଞ୍ଚେଶ୍ୱର ଜେ. ଏମ. ସ୍ପୋର୍ଟସ ଏକାଡେମୀ ଇଣ୍ଡୋର ହଲରେବହୁ ଆଡମ୍ବର ସହ ପାଳନ କରିଛି।ଏହି ଉପଲକ୍ଷେ ଏକାଡେମୀଅଧକ୍ଷା ମିରାରାଣୀ ଦାସଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ଅତୀଶ କୁମାର ରାଉତ,ପୃଷ୍ଠପୋଷାକଯଶୋବନ୍ତଦାସ, ସମ୍ପାଦକ ତଥା ଆଇନପରାମର୍ଶଦାତା ସୁବ୍ରତ ମହାପାତ୍ର,ଏକାଡେମୀର କୋଷଧକ୍ଷ ଦେବବ୍ରତ ପଟ୍ଟନାୟକ ପ୍ରମୁଖଅତିଥିଭାବେ ଯୋଗଦାନ କରି ଏକାଡେମୀର ଲୋକପ୍ରିୟତା ଉପରେ ଆଲୋକପାତ କରିଥିଲେ।ଏଥିରେ ଜିମାସ୍ଟିକ ରଖେଳାଳି, ଅଭିଭାବକମାନେ ଉପସ୍ଥିତ ଥିଲେ।ଏହିଅବସରରେ ସାଂକୃତିକ କାର୍ଯ୍ୟକ୍ରମ ସାଙ୍ଗକୁ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ଓଡିଶୀ ନୃତ୍ୟରେ ପ୍ରିୟଙ୍କା ମହାନ୍ତି ଅତି ଉଚ୍ଚକୋଟିର ଅଭିନୟ ନୃତ୍ୟ ପରିବେଷଣ କରିଥିଲେ।ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖଣାହାରୀଙ୍କ ମନକୁ ବେଶ ମୋହିତ କରିଥିଲା।(ସୁବ୍ରତ ମହାପାତ୍ରଙ୍କ ରିପୋର୍ଟ)

Leave A Reply

Your email address will not be published.