ଡେଲାଙ୍ଗ ପାଇଁ ୨୬ କୋଟି ୪୨ ଲକ୍ଷ

0 267

ଡେଲାଙ୍ଗ,୨୩/୨(ଏସଏସନିୟୁଜ) ଡେଲାଙ୍ଗ ବ୍ଳକର ଉନ୍ନତି ପାଇଁ ଆଜି ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬ କୋଟି ୪୨ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ ଡେଲାଙ୍ଗ ଷ୍ଟେସନସ୍ଥିତ ରେଞ୍ଚ ରେଳୱେ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କ୍ରୀଡା ଯୁବର ବ୍ୟପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଡେଲାଙ୍ଗ-ପିପିଲି ନିର୍ବାଚନ ମଣ୍‌ଡଳୀ ପାଇଁ ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବଙ୍କ ସହିତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ଏହି ଆଧାରରେ ବେରବୋଇ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ୧୦ କୋଟି ଟଙ୍କା, ଗଡକାଳୁପଡା ବିଶ୍ୱନାଥ ମନ୍ଦିର ଯାତ୍ରୀନିବାସ, ପାର୍କିଂ ଏରିଆ ସହିତ ଆପ୍ରୋଚ ରାସ୍ତା ନିର୍ମାଣ ପାଇଁ ୧ କୋଟି ଟଙ୍କା, ରାଧାକାନ୍ତ ଜୀଉ ବିଦ୍ୟାପୀଠରେ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ୫୦ ଲକ୍ଷ, ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତର ଅରାଗଡ ପାହଡ ସ୍ଥିତ ବୌଦ୍ଧକୀନ୍ନିସ୍ଥଳର ସୌନ୍ଦର‌୍ୟ୍ୟ କରଣ ସହିତ ଆପ୍ରୋଚ ରୋଡ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ଜେ,ଟି ଆର ଠାରୁ ରେଞ୍ଚ ( ୬ କି,ମି) ରାସ୍ତାରେ ହାଇଲେଭୁଲ ସେତୁ ନିର୍ମାଣ ପାଇଁ ୨ କୋଟି ୭୦ ଲକ୍ଷ , ସେହିପରି ଉକ୍ତ ରାସ୍ତାରେ ଏକ ସେତୁ ନିର୍ମାଣ ପାଇଁ ୨ କୋଟି ୧୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ଶ୍ରୀପୁରୁଷୋତ୍ତମପୁର ଦାସବିଦ୍ୟାଧରପୁର ରାସ୍ତାର ରତ୍ନଚିରା ନଦୀ ଉପରେ ହାଇଲେଭଲ ସେତୁ ନିର୍ମାଣ ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ସହିତ ୮୪ଟି ସିମେଣ୍ଟ କଂକ୍ରିଟ ରାସ୍ତା ଓ ମରାମତି ସହିତ ରକ୍ଷଣା ବେକ୍ଷଣ ନିମନ୍ତେ ୨ କୋଟି ୫୨ ଲକ୍ଷ ଟଙ୍କା ଓ ୧୮୦ ଟି ବିଭିନ୍ନ ଗ୍ରାମରେ କମ୍ୟୁନିଟ ସେଣ୍ଟର , କଲ୍ୟାଣ ମଣ୍ଡପ, ଗାଧୁଆତୁଠ ଇତ୍ୟାଦି ନିର୍ମାଣ ପାଇଁ ୨ କୋଟି ୧୦ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯିବା ସହ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଗୁଡିକର ଶୁଭାରମ୍ଭ କରିଛନ୍ତି ।

 

Leave A Reply

Your email address will not be published.