ଡେଲାଙ୍ଗରେ ୪ କରୋନା ପଜେଟିଭ ଚିହ୍ନଟ

0 233

ଡେଲାଙ୍ଗ,୧୦/୭(ଏସ୍‌,ଏସ୍‌,ନିୟୁଜ)ଡେଲାଙ୍ଗ ବ୍ଲକରେ ଆଜି ୪ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି । ଡେଲାଙ୍ଗରେ ସର୍ବମୋଟ କରୋନା ପଜେଟିଭ ସଂଖ୍ୟା ଏବେ ୨୭ ବୃଦ୍ଧି ପାଇଥିବା ବେଳେ ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସଂକ୍ରମିତ ୯ ଜଣ ଏବେ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣାପଡିଡଛି । କରୋନା ଗୋଷ୍ଠି ସଂକ୍ରମଣ ହୋଛି କି ନାହିଁ ଜାଣିବା ପାଇଁ ପୁରୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୋଭିଡ ଟେଷ୍ଟ ଟିମ ଓ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବୌଷୟିକ ତାଲିମପ୍ରାପ୍ତ କର୍ମଚାରୀଙ୍କ ପକ୍ଷରୁ ରାଣ୍ଡମ କୋଭିଡ ସ୍ୱାବ ପରିକ୍ଷା ଶିବିର ଗତ ବୁଧବାର କଲ୍ୟାଣପୁର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଥିବା ଅସ୍ଥାୟୀ କୋଭିଡ -୧୯ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିଲା ।କଲ୍ୟାଣପୁର ଟିଏମସିରୁ ୫୪ଜଣ,ରେଙ୍ଗଳରୁ୪, ହରିରାଜ ପୁର୭,ଅଭୟମୁଖୀ୯,ବେରବୋଇ୨,ମୁନିନ୍ଦା୧ ମୋଟ ୭୭ ଜଣଙ୍କ ପ୍ରବାସୀ ଅନ୍ତୋବାସୀ ସ୍ୱାବ ସଂଗ୍ରକ କରାଯାଇଥିବା ବେଳେ ଏହି ସେଠାରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ,୧୦୮ ଆମ୍ବୁଲାନ୍ସ ଡ୍ରଇଭର,ଥଣ୍ଡାଜ୍ୱର ଲକ୍ଷଣ ଥିବା ୮ଜଣ,ବରପଦା କରୋନା ସସ୍ପର୍ସ ଚିହ୍ନଟ,ନିଜଘରେ ସଙ୍ଗରୋଧରେ ଥିବା ୬ ଜଣ,ଜଣେ ଆଶାକର୍ମୀ ଓ ଡେଲାଙ୍ଗ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଔଷଧ ଦୋକାନୀ କର୍ମଚାରୀଙ୍କୁ ନେଇ ମୋଟ ୧୧୧ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ଆଜି ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ପଜେଟିଭ ଆସିଥିବା ଜଣାପଡିଛି । କଲ୍ୟାଣ ପୁର କ୍ୱାରେଟାଇନଣ୍ଟ ସେଂଟରରୁ ୩ ଜଣ ପଜେଟିଭ ଚିହ୍ନଟ ହୋଇ ଥିବା ବେଳେ ପରପଦା ସଂସ୍ପର୍ଶରେ ଥିବା ଜଣେ ଚିହ୍ନଟ ହୋଇଛି । ଚିହ୍ନଟ ୩ଜଣ ପ୍ରବାସୀ ଚେନାଇ ,ଗୁଜୁରାଟ ଓ ହାଇଦ୍ରାବାଦରୁ ଫେରିଥିଲେ । ସେମାନେଙ୍କ ଘର ଧାନକେରା ,ମୁନିନ୍ଦା ଓ ଚାଁଇ ପୁର ପଂଚାୟତ ବୋଲି ଜଣାପଡିଛି । ବେରବୋଇ ପଂଚାୟତରୁ ଚିହ୍ନଟ ମହିଳା ଜଣକ ବାପ ଘର ପରପଦା ବୁଲିବାକୁ ଯାଇଥିବା ବେଳେ ବରପଦାରେ କରୋନା ଚିହ୍ନଟ ସଂସର୍ସ୍ପରେ ଆସି ପଜେଟିଭ ହୋଇଥିବା ଅନୁମାନ କରାଯାଉଛି । ବେରବୋଇ ଚିହ୍ନଟ ପରେ ପରିବାର ସହିତ ୧୧ ଜଣଙ୍କୁ ହୋମକ୍ ୱାରେଂ ଟାଇନରେ ରହିବା ପାଇଁ କୁହାଯାଇଛି । ଆସନ୍ତା କାଲି ସସ୍ପର୍ସରେ ଥିବା ୧୧ ଜଣଙ୍କ ସ୍ୱାବ ଟେଷ୍ଟ କରାଯିବ ବୋଲି ଜଣାପଡିଛି । ପଜେଟିଭ ୪ଜଣଙ୍କ ଅଧିକ ଚିକିତ୍ସାପାଇଁ ଚିହ୍ନଟ ମାନଙ୍କୁ କୋଭୋଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.