ଡେଲାଙ୍ଗରେ ଜନତା କର୍ଫ୍ୟୁକୁ ସମର୍ଥନ

0 249

ଡେଲାଙ୍ଗ,୨୨/୩ (ଏସଏସନିୟୁଜ) କରୋନା ମୁକାବିଲା ପାଇଁ ପ୍ରଧାନ ମନ୍ତ୍ରୀଙ୍କ ଜନତା କର୍ଫ୍ୟୁର
ଆହ୍ୱାନକୁ  ଡେଲାଙ୍ଗ  ବ୍ଲକର ଜନସାଧାରଣ ସମର୍ଥନ କରିଛନ୍ତି । ଡେଲାଙ୍ଗ ବଜାର, ହାଟବଜାର,କଲ୍ୟାଣପୁର ବଜାର,ମଉନିମଠ ବଜାର,ଇନ୍ଦପୁର ବଜାର ସମେତ ପଂଚାୟତ ବିଭିନ୍ନ ଗ୍ରାମର ଲୋକମାନେ ସମର୍ଥନ କରିଥିବାର ଦେଖିବାକୁ ମିଳିଛି । ଲୋକମାନେ ଘରୁ ବହାରକୁ ନବାହାରି ନିଜେ ବନ୍ଦୀ ରହି କରୋନାକୁ କାବୁ କରିବାକୁ ଅଂଟାଣ୍ଟ ଭିଡିଛନ୍ତି । ରାସ୍ତା ଘାଟ ଶୂନଶାନ ଥିବା ବେଳେ ବଜାର ରହିଥିବା ସମସ୍ତ ଦୋକାନଗୁଡିକରେ ତାଲା ପଡିଥିରବାର ଦେଖିବାକୁ ମିଳିଥିଲା । ପଟ୍ଟନାୟିକିଆ – ଡେଲାଙ୍ଗ ରାସ୍ତାରେ ଯାତାୟତ ବନ୍ଦ ରହିଥିବା ବେଳେ ରାସ୍ତାରେ କିଛି ଲୋକ ବାଇକରେ ଯାଆସ କରୁଥିବା ବେଳେ ସେମାନଙ୍କୁ ଡେଲାଙ୍ଗ ପୋଲିସ ଅଟକାଇ ସରକାରଙ୍କ ନିତିନିୟମ ମାନି ସଚେତନ ରହିବାକୁ ବୁଝାଉଥିବାର ନଜିର ଆସିଥିଲା । ତେବେ ସକାଳୁ ଲୋକମାନେ ନିଜସ୍ୱ ଇଚ୍ଛାରେ ବହାରକୁ ବାହାରୁନଥିବା ଦେଖିବାକୁ ମିଳିଥିଲା । କରୋନା ଭୂତାଣୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ଆଜି ଜନତା କର୍ଫ୍ୟୁ କରିବାକୁ ଆହ୍ୱାନ ଦେଇଥିଲେ । ଏହାକୁ ଡେଲାଙ୍ଗ ବାସି ସମ୍ପୂର୍ଣ୍ଣ ସମର୍ଥନ କରିଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.