ସରକାରୀ କର୍ମଚାରୀଙ୍କ ପାଇଁ ନୁଆ ଗାଇଡ୍‌ଲାଇନ୍‌

0 301

ଭୁବନେଶ୍ୱର,୨୨/୩(ଏସଏସନିୟୁଜ) କରୋନା ପାଇଁ କଟକଣା ।ରାଜ୍ୟସରକାର ୨୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ଜାରିକରିଛନ୍ତି ।ଏହିସମୟ ଭିତରେ ସରକାରୀକର୍ମଚାରୀମାନଙ୍କର ଭୁମିକା ମଧ୍ୟ ନିର୍ଣୟ ହୋଇଛି ।ସରକାରଙ୍କ ଅଧିନରେ ଥିବା ବିଭାଗଗୁଡିକୁ ତିନିଭାଗରେ ବିଭକ୍ତ କରି କର୍ମଚାରୀମାନଙ୍କ ପାଇଁ ନୁଆ ଗାଇଡଲାଇନ ଜାରିକରିଛନ୍ତି ।ପ୍ରଥମରହିଛି କ୍ରିଟିକାଲ୍ ।ଏହାଅଧିନରେ ରହିଛି ୬ଟି ବିଭାଗ ।ସେଗୁଡିକ ହେଲା ଫ୍‌ଏସ୍ ଆଣ୍ଡ ସିଡବ୍ଲୁ ,ଜିଏ ଆଣ୍ଡ ପିଜି.ଏଚ୍ ଆଣ୍ଡ ୟୁଡି ,ସ୍ୱାସ୍ଥ୍ୟ,ଗୃହ ଓ ଏସ୍‌ଡିଏମ୍‌ଏ । ଏହି ବିଭାଗର କର୍ମଚାରୀମାନେ କାର୍ଯ୍ୟାଳୟକୁ ଆସିବାକୁ ବାଧ୍ୟତାମୁଳକ କରାଯାଇଛି ।

ଦ୍ୱିିତୀୟଟି ହେଲା ଆଂଶିକ କ୍ରିଟିକାଲ୍ । ଏହା ଅଧିନରେ ରହିଛି ୯ଟିବିଭାଗ । ଏହି ବିଭାଗର କେଉଁମାନେ ଅଫିସ ଆସିବେ ସଚିବ ସ୍ଥିର କରିବେ । ଏହା ଅଧିନରେ ରହିଛି । ସିଆଣ୍ଡଟି ,ଇଆଣ୍ଡଆଇଟି. ଶକ୍ତି ,ଅର୍ଥ .ଆଇଆଣ୍ଡପିଆର ,ପିଆରଆଣ୍ଡଇଡବ୍ଲୁ ,ରାଜସ୍ୱ. ଏସ୍‌ସି/ଏସ୍‌ଟି ,ପୁର୍ତ ବିଭାଗ ।

ତୃତୀୟଟିହେଲା ନନ୍‌କ୍ରିଟିକାଲ୍ । ଏହା ଅଧିନରେ ରହିଛି ୨୫ଗୋଟିବିଭାଗ । ଏହି ବିଭାଗର କର୍ମଚାରୀମାନେ ଅଫିସ ଅସିବେନାହିଁ ।କିନ୍ତୁ ସେମାନଙ୍କ ବିଭାଗର ବିଭିର୍ଣ କାର୍ଯ୍ୟକୁ ସେମାନେ ଫୋନ୍ ଯୋଗେ ତ୍ୱରାନିତ କରିବେ । ସେଗୁଡିକ ହେଲା ଏଜି ଆଣ୍ଡ ଏଫ୍‌ଇ , ସମବାୟ.ଅବକାରୀ, ଏଫ୍ ଆଣ୍ଡ ଆର୍‌ଡି.ଜଙ୍ଗଲ ଓ ପରିବେଶ ,ବୟନ ଓ ହସ୍ତତନ୍ତୁ. ଉଚ୍ଚଶିକ୍ଷା,ଆଇନ୍ , ଶିଳ୍ପ,ଶ୍ରମ, ଇଏସ୍‌ଆଇ.ଏମ୍‌ଏସ୍‌, ଓଏଲ୍‌ଏଲ୍ ଓ ସଂସ୍କୃତି. ସଂସଦୀୟବ୍ୟାପାର, ଯୋଜନା ଓ ରୁପାୟନ, ସାଧାରଣ ଉଦ୍ୟୋଗ, ଗ୍ରାମ୍ୟଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା,ଏସ୍‌ଏସ୍‌ଇପିଡି,ଡବ୍ଲୁ ଆଣ୍ଡସିଡି, ଏମ୍‌ଏସ, ବିଜ୍ଞାନ, ଏସ୍‌ଡିଆଣ୍ଡଟିଇ ,କ୍ରିଡା ,ଖଣି ଇସ୍ପାତ,ପର୍ଯ୍ୟଟନ,ଜଳସମ୍ପଦବିଭାଗ ଅର୍ନ୍ତଭୁକ୍ତ ଅଟେ ।

Leave A Reply

Your email address will not be published.